ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ, (ଓଡିଶା ଟାଇମ୍) : ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି। ଏହି କାରଣରୁ ଅହରାହ୍ନ ୪ଟାରୁ ରାତି ୮ଟା ଯାଏଁ ସର୍ବସାଧାରଣ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଏହାମହାପ୍ରଭୁଙ୍କ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ।
ପରମ୍ପରା ବିଧି ଅନୁଯାୟୀ ବୁଧବାର ଶ୍ରୀଜିଉଙ୍କର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର ନୀତି ଅନୁଷ୍ଠିତ ହେବ।  ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କର ପ୍ରାକୃତିକ ରଙ୍ଗରେ  ଶିଙ୍ଗାର ସମ୍ପନ୍ନ କରାଯିବ।

ଏହା ଅତ୍ୟନ୍ତ ଗୁପ୍ତ ସେବା ହୋଇଥିବାରୁ ଏହି ସମୟରେ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନଙ୍କ ସୂଚନା ଅନୁସାରେ ଅପରାହ୍ନ ୪ଟା ରୁ ୮ଟା ଦୀର୍ଘ ଚାରି ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *