Top 10 Odia News Headlines: ଆସିବେ ରାଷ୍ଟ୍ରପତି; ଅନିଶ୍ଚିତତାରେ ଆମେରିକା-ଇରାନ ଆଲୋଚନା

 

  1. ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ।  ଏହି ଅବସରରେ ସେ ରାଉରକେଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ଏହାସହ ରାଉରକେଲା ପ୍ଲାନେଟୋରିୟମ, ବିଜ୍ଞାନ କେନ୍ଦ୍ର, ନିର୍ମଳ ମୁଣ୍ଡା ପରିବେଶ ପଥ, ଏକ ଆଦିବାସୀ ମ୍ୟୁଜିୟମ ଉଦ୍‍ଘାନ କରିବାକୁ କାର୍ଯ୍ୟକ୍ରମ ରହିଛି।  ରାଷ୍ଟ୍ରପତିଙ୍କ ଗସ୍ତକୁ ଦେଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଝାରସୁଗୁଡ଼ା ଓ ରାଉରକେଲାକୁ ନୋ ଫ୍ଲାଇଂ ଜୋନ୍‍ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।
  2. ଇରାନ- ଆମେରିକା ଉତ୍ତେଜନାକୁ ନେଇ ନୂଆ ବୟାନ ସାମ୍ନାକୁ ଆସିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ ସୋଶାଲରେ ଦେଇଥିବା ଏହି ବୟାନରେ ଇରାନକୁ ପୁଣିଥରେ ଧମକାଇଛନ୍ତି। ସେ କହିଛନ୍ତି ଆସନ୍ତା କାଲି ଅର୍ଥାତ୍‍ ମଙ୍ଗଳବାରଦିନ ଯଦି ଦୁଇ ଦେଶ ମଧ୍ୟରେ କୌଣସି ସନ୍ଧି ନ ହୁଏ ତେବେ ଅନେକ ବୋମା ବିସ୍ଫୋରଣ ହେବ। ସଙ୍ଗେ ସଙ୍ଗେ ଯୁଦ୍ଧ ବାତାବରଣ ସୃଷ୍ଟି ହେବ। ଆସନ୍ତା କାଲି ଦୁଇ ଦେଶର ପ୍ରତିନିଧିଙ୍କ ଭିତରେ ପାକିସ୍ତାନରେ ଆଲୋଚନା ପାଇଁ ସ୍ଥିର ହୋଇଛି।
  3. ମଙ୍ଗଳବାର ପାକିସ୍ତାନରେ ହେବାକୁ ଥିବା ଇରାନ-ଆମେରିକା ଉଚ୍ଚସ୍ତରୀୟ ଆଲୋଚନା ଅନିଶ୍ଚିତତା ଭିତରେ ରହିଛି। ଏଯାଏ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଦେଶ ଛାଡ଼ି ନଥିବା ବେଳେ ଇରାନ୍‍ ଏହି ଆଲୋଚନାରେ ଉପସ୍ଥିତ ରହିବ କି ନା ତାହାକୁ ସ୍ପଷ୍ଟ କରି ନାହିଁ।
  4. ବିବାଦୀୟ ଦିଲ୍ଲୀ ମଦ ନୀତି ମାମଲାର ବିଚାର କରୁଥିବା ହାଇକୋର୍ଟ ଜଜ୍‍ ସ୍ୱର୍ଣ୍ଣକାନ୍ତା ଶର୍ମା ନିଜ ପଦରୁ ହଟିବେ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି। ଆର୍‍ଏସ୍‍ଏସ୍‍ ସହ ସମ୍ପର୍କ ଅଭିଯୋଗ ଉଠାଇ ତାଙ୍କୁ ଏହି ମାମଲାରୁ ହଟାଇା ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ୍‍ ଏବଂ ଅନ୍ୟ ୨୨ ଜଣ ଅଭିଯୁକ୍ତ ନିବେଦନ କରିଥିଲେ। ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା କହିଛନ୍ତି, ସେ ଯଦି ପଦରୁ ଓହରିବେ ତେବେ ତାହା ଏକ ପ୍ରକାର ଆତ୍ମସମର୍ପଣ ହେବ। କୌଣସି ଆଶଙ୍କା ବା ସାମାଜିକ ଗଣମାଧ୍ୟମ ପ୍ରଭାବରେ ନିଷ୍ପତ୍ତି ନିଆଯାଏ ନାହିଁ ଏଥିଲାଗି ନିୟମ ଅନୁସାରେ ଅଭିଯୋଗ ହେବା ଆବଶ୍ୟକ।
  5. ଆଜିଠାରୁ ଆରମ୍ଭ ହୋଇଛି ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା। ଏହା ୨୧ ଦିନ ଧରି ଚାଲିବ। ନରେନ୍ଦ୍ର ପୋଖରୀରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଏବଂ ପୁରୀର ପଞ୍ଚ ମହାଦେବ ଚାପ ଖେଳିବା ଆରମ୍ଭ କରିଛନ୍ତି। ଏହାକୁ ଦେଖିବା ଲାଗି ପୁରୀରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ଅକ୍ଷୟ ତୃତୀୟ ଅବସରରେ ପୁରୀରେ ରଥ ନିର୍ମାଣ ଅନୁକୂଳ ହୋଇଛି। ଅପରାହ୍ଣରେ ଶ୍ରୀମନ୍ଦିରରେ ଅଧିଷ୍ଠିତ ତିନି ମହାପ୍ରଭୁଙ୍କ ତିନି ବାଡ଼ରୁ ଆଜ୍ଞାମାଳ ଆସିବା ପରେ ରଥଖଳାଠାରେ ରଥ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
  6. ଆଜି ରାଜ୍ୟରେ କୃଷକ ଦିବସ ଭାବେ ପାଳନ କରାଯାଉଛି। ପାରମ୍ପରିକ ଭାବେ ଆଜିର ଦିନଠାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇଥାଏ। ମୁଖ୍ୟମନ୍ତ୍ରୀ ଏହି ଅବସରରେ କଟକ ବିଦ୍ୟାଧରପୁରଠାରେ ଅବସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରଠାରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ଏହାପରେ ପିଏମ୍‍ କିସାନ ଯୋଜନା ଅଧିନରେ କୃଷକଙ୍କ ଆକାଉଣ୍ଟଙ୍କୁ ୬ ହଜାର ଟଙ୍କା ଲେଖାଏଁ ପଠାଇଥିଲେ।
  7. ଆଜି ଜେଇଇ ମେନ୍‍ ସେସନ୍‍-୨ ଫଳାଫଳ ପ୍ରକାଶ ପାଇଛି। ନ୍ୟାସନାଲ୍‍ ଟେଷ୍ଟିଂ ଏଜେନ୍ସୀ ଦ୍ୱାରା ଏହି ପରୀକ୍ଷା ପରିଚାଳନା କରାଯାଇଥିଲା। ଆନ୍ଧ୍ର ଓ ତେଲେଙ୍ଗାନାରୁ ୫ ଜଣ ଲେଖାଏଁ ଛାତ୍ର ଛାତ୍ରୀ ୧୦୦ ପର୍ସାଣ୍ଟାଇଲ ରଖିବାରେ ସକ୍ଷମ ହୋଇଛନ୍ତି।
  8. ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ବିଭିନ୍ନ ଜିଲ୍ଲାର ସ୍କୁଲ୍‍ରେ କଟକଣା ଜାରି କରାଯାଇଚି। ଗଞ୍ଜାମରେ ଆସନ୍ତା ୩ ଦିନ ବନ୍ଦ ଘୋଷଣା କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଓ ଜଗତସିଂହ ପୁରରେ ସକାଳୁଆ ସ୍କୁଲ ପାଇଁ ଆଦେଶ ଜାରି ହୋଇଛି ।
  9. ଛତିଶଗଡ଼ର ଯଶପୁରଠାରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଛି। ଏଥିରେ ଜାହାଜ ଚଳାଉଥିବା ପାଇଲଟ ଓ କୋ ପାଇଲଟଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି ।
  10. ଲୋକସଭାରେ କାଟ ଖାଇଥିବା ମହିଳା ସଂଶୋଧନ ବିଧେୟକକୁ ବିରୋଧୀ ବିଜେଡି ନିନ୍ଦା କରିଛି। ଏହାକୁ ପାରିତ କରିବା ପାଇଁ କୁଟିଳ ପଦକ୍ଷେପ ଆପଣାଯାଉଥିବା  ଅଭିଯୋଗ ହୋଇଛି।

 

Leave a Reply

Your email address will not be published. Required fields are marked *