୨୯ଟଙ୍କା ବଢ଼ିଲା ଏଲ୍ପିଜି ଦର, ଭୁବନେଶ୍ୱରରେ ୯୬୦
ଭୁନେଶ୍ୱର: ଆଜିଠୁ ଘରେ ବ୍ୟବହୃତ ହେଉଥିବା ଅଣ ସବ୍ସିଡି ଗ୍ୟାସ ସିଲିଣ୍ଡର ଦର ୯୬୦ ଟଙ୍କା ହେବ। ସରକାରୀ ତୈଳ କମ୍ପାନୀମାନେ ସିଲିଣ୍ଡର ପିଛା ଦରକୁ ୨୯ ଟଙ୍କାବୃଦ୍ଧି କରିବାରୁ ଏହି ଦର ବୃଦ୍ଧି ହୋଇଛି। ପୂର୍ବରୁ ଦର ୯୩୯ଟଙ୍କା ଥିଲା। ନୂଆଦିଲ୍ଲୀରେ ଏହି ଦର ୯୪୨ଟଙ୍କାରେ ପହଞ୍ଚିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ସ୍ଥିତି ଏବଂ ଏହାରି ପ୍ରଭାବରେ ବିଶ୍ୱ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ଆନ୍ତର୍ଜାତିକ ବଜାରରେ ତୈଳ, ଗ୍ୟାସ ଦର ବୃଦ୍ଧି ହୋଇଛି। ଆମଦାନୀ ଦର ବୃଦ୍ଧି ହୋଇଥିବଶଣଉ ରାଷ୍ଟ୍ରାୟତ୍ତ କମ୍ପାନୀମାନେ ଏହି ଦରକୁ ବୃଦ୍ଧି କରିଛନ୍ତି। ଗତ ତିନି ମାସ ଭିତରେ ଏହା ହେଉଛି ଦ୍ୱିତୀୟ ବୃଦ୍ଧି। ମାର୍ଚ୍ଚ ୭ ତାରିଖରେ ଘରୋଇ ଏଲ୍ପିଜି ସିଲିଣ୍ଡର ଦର ୬୦ ଟଙ୍କା ବୃଦ୍ଧି ପାଇଥିଲା। ସେହିପରି ପେଟ୍ରୋଲ, ଡିଜେଲ୍ ଓ ସିଏନ୍ଜି ଦର ମଧ୍ୟ ବୃଦ୍ଧି ଘଟିଛି। ସୂଚନା ଅନୁସାରେ ରାଷ୍ଟ୍ରାୟ୍ତ କମ୍ପାନୀମାନେ ଏହି ଦର ବୃଦ୍ଧି ପୂର୍ବରୁ ଗୋଟିଏ ଘରୋଇ ଏଲ୍ପିଜି ସିଲିଣ୍ଡର ପିଛା ୭୦୩ ଟଙ୍କା କ୍ଷତି ସହୁଥିଲେ।











