ଦେବୋତ୍ତର ଜମିର ସୁରକ୍ଷା ପାଇଁ ନିର୍ଦ୍ଦେଶ, ସପ୍ତହକୁ ୩ ଦିନ ବସିବ ରିଭିଜନାଲ କୋର୍ଟ

କଟକ: ସପ୍ତାହରେ ଅତିକମରେ ୩ ଦିନ ରିଭିଜନ୍ କୋର୍ଟ କରିବା ପାଇଁ ସମସ୍ତ ପ୍ରିଜାଇଡିଂ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।  ଏହାଦ୍ୱାରା ରାଜ୍ୟର ବିବାଦୀୟ ଦେବୋତ୍ତର ଜମି ମାଲିକାନାର ଶୁଣାଣି ତ୍ୱରାନ୍ୱିତ ହୋଇପାରିବ। ବିଶେଷକରି ଶ୍ରୀ ଜଗନ୍ନାଥ ଓ ଶ୍ରୀ ଲିଙ୍ଗରାଜଙ୍କ ଜମିର ଜବରଦଖଲ ମାଲିକାନା ଭୋଗୁଥିବା ଅଭିଯୁକ୍ତ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି ଆଶା କରାଯାଇଛି।  ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଆଖିରେ ରଖ ରାଜସ୍ୱ ପାର୍ଷଦ ଏ ବିଷୟରେ ସମସ୍ତ ୪୧ଟି ରିଜିଜନାଲ କୋର୍ଟଙ୍କୁ ଆଦେଶ ଦେଇଛନ୍ତି।

କୋ୍ଟଙ୍କ ଆଦେଶକୁ ସମୀକ୍ଷା କରିବାକୁ ଯାଇ ଆଜି ଏକ ବୈଠକ ରାଜସ୍ଵ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ  ବସିଥିଲା।   ରିଭିଜନ୍ କୋର୍ଟର ପ୍ରିଜାଇଡିଂ ଅଫିସରମାନଙ୍କୁ ତାଙ୍କ କୋର୍ଟରେ ପଡିରହିଥିବା କେସ୍ ଗୁଡିକୁ ନ୍ୟାୟିକ ଭିତ୍ତିରେ ଶୀଘ୍ର ଫଇସଲା କରିବାପାଇଁ ରାଜସ୍ୱ ପର୍ଷଦ ଏହି ଅବସରରେ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର ଉଚ୍ଚନ୍ୟାୟଳୟଙ୍କର ବିଭିନ୍ନ ସମୟରେ ଆସୁଥିବା ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହିତ ଦୂରଦୂରାନ୍ତରୁ ଆସୁଥିବା ସାଧାରଣ ଜନତା କିପରି ଉପକୃତ ହୋଇପାରିବେ, ସେଥିପାଇଁ ରିଭିଜନ୍ କୋର୍ଟରେ ସଂସ୍ଥାପିତ ପ୍ରଯୁକ୍ତିବିଦ୍ୟା ଯଥା ସିସିଏମ୍ଏସ୍ ୨.୦ ର ସଦୁପଯୋଗ କରି ପ୍ରତ୍ୟହ କୋର୍ଟରେ ହେଉଥିବା କଜ୍‌ ଲିଷ୍ଟ, ମଧ୍ଯକାଳୀନ ଅର୍ଡର, ଫାଇନାଲ୍ ଅର୍ଡର ଇତ୍ୟାଦିକୁ ଅପଡେଟ୍ କରିବାପାଇଁ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଛନ୍ତି । କୌଣସି କେସ୍‌ରେ ସର୍ବାଧୂକ ୩ ଥରରୁ ଅଧିକା ଅର୍ଜିଦାତା ଅନୁପସ୍ଥିତ ରହିଲେ କେସ୍‌ଟି ଖାରଜ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିକଟ ଅତୀତରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଓ ଏସ୍.ଓ.ପି ଅନୁଯାୟୀ ରିଭିଜନ୍ କୋର୍ଟମାନଙ୍କରେ ପଡିରହିଥିବା ପୁରାତନ କବଲା ସମ୍ବନ୍ଧୀୟ କେସ୍ ଗୁଡିକୁ ତ୍ବରିତ ଫଇସଲା ନିମନ୍ତେ ସମ୍ପୃକ୍ତ ତହସିଲ କାର୍ଯ୍ୟାଳୟକୁ ଶୀଘ୍ର ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସରକାରୀ ଲିଜ୍ ଜମି, ଜଙ୍ଗଲ କିସମ ଜମି, ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଲିଙ୍ଗରାଜ ମହାପ୍ରଭୁ, ଅନ୍ୟାନ୍ୟ ସର୍ବସାଧାରଣ ଦେବୋତ୍ତର ଜମି ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିଗୁଡିକୁ ସୁରକ୍ଷିତ ରଖିବାକୁ ସଦସ୍ୟ, ରାଜସ୍ୱ ପର୍ଷଦ ସମସ୍ତ କୋର୍ଟର ପ୍ରିଜାଇଡିଂ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ଜନତାଙ୍କୁ କିପରି ନ୍ୟାୟ ମିଳିବ, ଜମି ଦୁର୍ନୀତିକୁ କିପରି ରୋକାଯାଇପାରିବ ଏବଂ ସରକାରୀ ଜମିର ସୁରକ୍ଷା ନିମନ୍ତେ କଡାକଡି ଆଦେଶ ଦିଆଯାଇଛି l

Leave a Reply

Your email address will not be published. Required fields are marked *