ବଦଳିଲେ ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ୪ ଆଇଏଏସ୍‌

ଭୁବନେଶ୍ଵର, (ଓଟି) ସରକାରୀ ଅର୍ଥକୁ ଅପବ୍ୟୟ କରିଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ଦ୍ଵାୟିତ୍ଵ ଅପସାରଣ କରିଛନ୍ତି। ତାଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ତଥା ନିୟୋଜନ ନିର୍ଦେଶକ ଭାବେ ବଦଳି କରାଯାଇଛି। … Read More

ଅଗଷ୍ଟ ପ୍ରଥମ ସପ୍ତାହରୁ କଲେଜ୍‌ ପାଠ୍ୟକ୍ରମ

ଭୁବନେଶ୍ଵର, (ଓଟି): ଏଣିକି ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ କଲେଜ୍‌ ଖୋଲିବ। ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ଶେଷ ଓ ପରୀକ୍ଷା ପରିଚାଳନା ତଥା ଫଳାଫଳ ପ୍ରକାଶନ ପାଇଁ ତତ୍ପର ହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ଵାରୋପ କରାଯାଇଛି। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ … Read More

‘ସମାଜ’ ଓଜସ୍ବିନୀ ଓଡ଼ିଶା ପ୍ରତିଯୋଗୀତା: ପବିତ୍ର ପଣ୍ଡା ଓ ଆକାଂକ୍ଷା କବି ପ୍ରଥମ

ଭୁବନେଶ୍ବର,(ଓଟି): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୧ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ତରୁଣ ପିଢ଼ିର ଚିନ୍ତା ଓ ଚେତନାର ଅନ୍ୟାନ୍ୟ ପରିପ୍ରକାଶ ପାଇଁ ସମାଜ ପକ୍ଷରୁ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଭୁବନେଶ୍ଵରରେ ଆୟୋଜିତ ଏହି ପ୍ରତିଯୋଗୀତାର କନିଷ୍ଠ ବିଭାଗରେ ଭୀମଟାଙ୍ଗୀ … Read More

ରାଜ୍ୟସଭାକୁ ନିର୍ବାଚିତ ହେଲେ ଅଶ୍ୱିନୀ, ସସ୍ମିତ ଏବଂ ଅମର

ଭୁବନେଶ୍ୱର, (ଓଟି): ରାଜ୍ୟସଭା ଉପ ନିର୍ବାଚନ ଲାଗି ଓଡ଼ିଶାରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଅଶ୍ୱିନୀ ବୈଷ୍ଣବ, ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ବିଜେତା ଘୋଷଣା ହୋଇଛନ୍ତି । ସେମାନଙ୍କ ବିପକ୍ଷରେ ଅନ୍ୟ କେହି ପ୍ରତିଦ୍ୱନ୍ଦ୍ୱୀ ନାମାଙ୍କନ ଦାଖଲ କରି … Read More

ରାହୁଲ୍‍ ଇସ୍ତଫା ନଫେରାଇବା ଆଶଙ୍କା: କଂଗ୍ରେସରେ ସଙ୍କଟ

ଭୁବନେଶ୍ୱର, (ଓଟି): ଦେଶର ସର୍ବ ପୂରାତନ ରାଜନୀତିକ ଦଳ କଂଗ୍ରେସ ପାର୍ଟି ସୋନିଆ ଗାନ୍ଧିଙ୍କ ପରିବାର ହାତରୁ ବାହାରିବ କି? ଏଭଳି ଏକ ଆଲୋଚନା ଉଭୟ କଂଗ୍ରେସ ଓ ଅଣ କଂଗ୍ରେସ ମହଲରେ ଜାରି ରହିଥିଲେ ମଧ୍ୟ ସେ ନେଇ କିଛି … Read More

ରଘୁରାଜପୁରକୁ ‘ଓସା’ର ସହାୟତା

ଆମେରିକାରେ ରହୁଥିବା ଓଡ଼ିଶାର ଲୋକମାନଙ୍କ ଦ୍ୱାରା ଗଠିତ ସାମାଜିକ ସଂଗଠନ ଓଡ଼ିଶା ସୋସାଇଟି ଅଫ୍‍ ଆମେରିକା ( ଓସା) ପକ୍ଷରୁ ରଘୁରାଜପୁରର ପଟ୍ଟଚ୍ଚିତ୍ର ଶିଳ୍ପୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଫୋନୀ ବାତ୍ୟା ପରେ ସେମାନଙ୍କ ଉଜୁଡ଼ି ଯାଇଥିବା ଜୀବୀକାର ପୁନରୁଦ୍ଧାର … Read More

କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ରାଜ୍ୟ ବଜେଟ୍‍ :ବିଜେପି

ଭୁବନେଶ୍ୱର,(ଓଟି): ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ବଜେଟ୍‍କୁ ନୈରାଶ୍ୟ ଜନକ ବୋଲି ଅଭିହିତ କରିଛି ରାଜ୍ୟ ବିଜେପି । ବଜେଟରେ କିଛି ନୂଆ ଘୋଷଣା ନାହିଁ । ବଜେଟ ଯେତେବେଳେ ଆସେ ସେତେବେଳେ ସାଧାରଣ ଲୋକମାନଙ୍କର ଗୋଟିଏ ଉଦବେଗ ଥାଏ … Read More

କିଶୋରୀଙ୍କୁ ଟିଡି ଟୀକା : ୯୦ ପ୍ରତିଶତ ଲକ୍ଷ୍ୟ ରଖିଲେ ଓଡ଼ିଶା ସରକାର

ଭୁବନେଶ୍ୱର, (ଓଟି): ଜାତୀୟ ଟୀକାକରଣ କାର୍ଯ୍ୟକ୍ରମରେ ୧୦ ରୁ ୧୬ବର୍ଷ ବୟସର କିଶୋରୀମାନଙ୍କୁ ଟିଟାନାସ ଡିପ୍‍ଥେରିଆ (ଟିଡି) ଟୀକା ଦେବାଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତୀୟ … Read More

ରାଜ୍ୟ ବଜେଟ୍‍ ଉପସ୍ଥାପିତ: ୧୦ ମେଡିକାଲ୍‍ କଲେଜ ସ୍ଥାପନ ଲକ୍ଷ୍ୟ

ଭୁବନେଶ୍ୱର, (ଓଟି) : ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ପ୍ରଥମ ବଜେଟ। ପ୍ରଥମେ କୃଷି ପାଇଁ ବଜେଟ ପ୍ରସ୍ତାବ ଉପସ୍ଥାପନ କରାଯିବା ପରେ ସେ ଅନ୍ୟାନ୍ୟ କ୍ଷେତ୍ର ପାଇଁ … Read More

ନୀଳଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଳା ଏମଏମ୍‍ଟିସି

ଭୁବନେଶ୍ୱର, (ଓଟି): ଯାଜପୁର ଜିଲ୍ଲା କଳିଙ୍ଗ ନଗରଠାରେ ପରତିଚାଳିତ ନୀଳଚଳ ଇସ୍ପାତ ନିଗମ ଲିମିଟେଡ୍‍ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି ଏମଏମ୍‍ଟିସି । ଏ ବାବଦରେ ବମ୍ବେ ଷ୍ଟକ୍‍ ଏକ୍ସେଚେଞ୍ଜ ( ବିଏସ୍‍ଇ) ଏବଂ ଭାରତ ସରକାରଙ୍କ କର୍ପୋରେଟ୍‍ ବ୍ୟାପାର … Read More