ଆସ ଚୁଲି ଫୁଙ୍କିବା, ସାଇକେଲ ପେଲିବା…
Bhubaneswar: ଆଗ ଅଣ୍ଡା ନା, ଆଗ କୁକୁଡ଼ା ! ଆଗ କୁକୁଡ଼ା ନା ଆଗ ଅଣ୍ଡା ! ଏ ପ୍ରଶ୍ନର ଉତ୍ତର ଏଯାଏଁ ମିଳିପାରି ନଥିବା ବେଳେ ଏବେ ଆଉ ଏକ ପ୍ରଶ୍ନ ସାମ୍ନାରେ ଛିଡ଼ା ହୋଇ ସାରିଲାଣି । ମଣିଷ ବଞ୍ଚିଛି ଖାଇବା ପାଇଁ ନା, ମଣିଷ ବଞ୍ଚିଛି ବୋଲି ଖାଉଛି ! ଆଗକୁ କଣ ଖାଇବ ମଣିଷ, କେମିତି ଖାଇବ ମଣିଷ ! ଖାଦ୍ୟ ଖାଇବ ନା, ପୂର୍ବରୁ ତାର ପୂର୍ବପୁରୁଷ ଯାହା ଖାଉଥିଲେ, ଯାହାକୁ ଏବେର ମଣିଷ ଅଖାଦ୍ୟ ବୋଲି କହୁଛି, ତାକୁ ଖାଇବ ! ବଞ୍ଚିବା ପାଇଁ ମଣିଷ ସବୁକିଛି କରିପାରିବ… ଦରକାର ପଡ଼ିଲେ କଞ୍ଚା ମାଂସ ଖାଇଦେବ, ଆଉ ପାଣି ନମିଳିଲେ ରକ୍ତ ପିଇଦେବ । ଦାମୀ ୪ ଚକିଆ ଓ ଦାମୀ ୨ ଚକିଆରେ ଘିରି ଘିରି ହୋଇ ବୁଲୁଥିବା ମଣିଷଟା ଏବେ ଶୂନଗାଡ଼ି ବା ସାଇକେଲ କଥା ଚିନ୍ତା କଲାଣି । କାରଣ, ଆଗକୁ ତେଲ ମିଳି ନପାରେ, ପେଡାଲ୍ ମାରି ସାଇକେଲ ଚଲାଇବାକୁ ପଡ଼ିପାରେ ।…
() ଇରାନ ବିରୋଧରେ ଇସ୍ରାଏଲ ଓ ଆମେରିକାର ଯୁଦ୍ଧକୁ ୧୩ ଦିନ ହୋଇଛି, ଭାରତରେ ଇନ୍ଧନ ଗ୍ୟାସର ଗୁରୁତର ସଙ୍କଟ ଦେଖା ଦେଲାଣି । ପ୍ରଥମେ କମର୍ସିଆଲ, ଆଉ ଏବେ ଘରୋଇ । ନୋଟ ବନ୍ଦୀ ବେଳେ ଲୋକେ ଏଟିଏମ ଏବଂ ବ୍ୟାଙ୍କ ଆଗରେ ଲାଇନ ଲଗାଇଲା ଭଳି ଗ୍ୟାସ୍ ଏଜେନସି ଆଗରେ ସିଲିଣ୍ଡର ଧରି ଲାଇନ ଲଗାଇଲେଣି । ହଜାର ହଜାର କିଲୋମିଟର ଦୂରରେ ହେଉଛି ଯୁଦ୍ଧ । ବୋମା ଓ ମିସାଇଲ୍ ତେହେରାନ୍ ଓ ତେଲ ଅଭିଭରେ ପଡୁଛି, ହେଲେ ଯୁଦ୍ଧର ପ୍ରଭାବ ଭାରତୀୟଙ୍କ ହାଣ୍ଡିଶାଳ ଉପରେ ପଡ଼ି ସାରିଲାଣି । ଘରୋଇ ଗ୍ୟାସ୍ ଯୋଗାଣରେ କୌଣସି ସମସ୍ୟା ରହିବନି ବୋଲି ବେଶ ମୁହଁଟାଣ କରି କହି ଆସୁଥିବା ସରକାର ଏବେ ପବ୍ଲିକରୁ ମୁହଁ ଲୁଚାଇଲେଣଇ । ଯୁଦ୍ଧ ଭଳି ଘଡ଼ସନ୍ଧି ମୁହୁର୍ତ୍ତରେ ଭାରତର ଭଳି ଦେଶକୁ ୮ ଦିନ ସୁରୁଖୁରୁରେ ଚଳାଇବାକୁ କଣ ସରକାରଙ୍କ ସାମର୍ଥ୍ୟ ନାହିଁ ! ସରକାର କଣ କେବଳ କୁହାମୁଣ୍ଡା କପିଳାଙ୍କ ପବନ ପ୍ରବଚନରେ ଚାଲିଛି କି ! ତେଲକୁ ନେଇ ବି ପ୍ରତି ମୁହୁର୍ତ୍ତରେ କିନ୍ତୁ ସରକାରଙ୍କ ସଂଖ୍ୟା ବଦଳି ଚାଲିଛି । ଯୁଦ୍ଧ ପାଇଁ ସାରା ବିଶ୍ବରେ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ, ଆଉ ଭାରତରେ ଏବେ ତାହା ଆମ୍ଭମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା । ଭାବିଲେ ଦେଖି, ଯଦି ଯୁଦ୍ଧ ଅଧିକ ଦିନ ଲାଗି ରହିଲା, ତେବେ ଆମ ଅବସ୍ଥା କଣ ହେବ ! ଆଉ କିଛିଦିନ ପରେ ଗ୍ୟାସ ଥିବ ଟି ! ଗାଡ଼ି ଗଡ଼ାଇବାକୁ ପେଟ୍ରାଲ କିମ୍ବା ଡିଜେଲ୍ ଥିବ ଟି ! ନାଁ ଆମକୁ ପୁଣି ଚୁଲି ଫୁଙ୍କିବାକୁ ପଡ଼଼ିବ ! ସାଇକେଲ ପେଲିବାକୁ ପଡ଼ିବ ! ଇଭି କଣ ଏମିତି ଅବସ୍ଥାକୁ ଯାଇଛି ଯେ, ଆମର ସବୁ ଇଚ୍ଛା ପୂରଣ କରିଦେବ ! ନା ସୌରଶକ୍ତି ଆମକୁ ଆହୁରି ସେହି ଅନୁସାରେ ଆଲୋକିତ କରିପାରିବ !…
() ଇରାନ ବିରୋଧରେ ଇସ୍ରାଏଲ ଏବଂ ଆମେରିକା ଯୁଦ୍ଧର ପ୍ରଥମ ପ୍ରଭାବ, ସାରା ବିଶ୍ବର ଶକ୍ତି କ୍ଷେତ୍ରକୁ କରିଛି ଜୋରଦାର ପ୍ରଭାବିତ । ଯାହା ଖୁବ ଶୀଘ୍ର ଆହୁରି ସାଂଘାତିକ ହେବାର ସମ୍ଭାବନା ରଖୁଛି । ପୁଣି ବ୍ୟାଙ୍କିଙ୍ଗ ସେକ୍ଟର ଆକ୍ରମଣ ପରିସର ଭିତରକୁ ଆସି ସାରିଲାଣି । ଇସ୍ରାଏଲ୍ ଓ ଆମେରିକା, ଇରାନର ଏକ ବ୍ୟାଙ୍କ ଉପରେ କରିଛନ୍ତି ଆକ୍ରମଣ । ଯାହାର ଜବାବ ଇରାନ ସମାନ ଶୈଳୀରେ ଇସ୍ରାଏଲ ଓ ଆମେରିକାର ଆର୍ଥିକ ଅନୁଷ୍ଠାନକୁ ଟାର୍ଗେଟ କରିବ ବୋଲି କହିଲାଣି । ବ୍ୟାଙ୍କଙ୍ଗ ସେକ୍ଟର ଯୁଦ୍ଧର ପରିସର ଭିତରକୁ ଆସିବା ପରେ ଡେଟା କ୍ଷେତ୍ରକୁ ବି ଏହା ବ୍ୟାପିପାରେ । ଯଦି ସେମିତି ହୁଏ, ତେବେ କଣ ହେବ ! କାରଣ ଆଜିକାଲି ସମସ୍ତଙ୍କର ସବୁକିଛି ଇଲେକ୍ଚୋନିକ ଡେଟାରେ ହିଁ ରହିଛି । ଏଭଳି ସ୍ଥିତିରେ ବର୍ତ୍ତମାନର ଯୁଦ୍ଧ ଆଗକୁ ଆହୁରି କିଛି ଅତି ଗୁରୁତର ସଙ୍କଟ ସୃଷ୍ଟି କରିବାକୁ ଯାଉନି ତ !…
() ୧୫ ଦିନ ହୋଇନି, ଯୁଦ୍ଧର ପ୍ରଭାବ, ଭାରତୀୟଙ୍କ ହାଣ୍ଡିଶାଳ ଉପରେ ପଡ଼ିଛି । ଯାହା ଭାରତୀୟଙ୍କ ପେଟ ଉପରେ ଖୁବ ଶୀଘ୍ର ପ୍ରଭାବ ପକାଇବ । ଆଉ ପେଟ ପ୍ରଭାବିତ ହେଲେ, ପାଟିକୁ କଣ ନିୟନ୍ତ୍ରଣରେ ରଖିହେବ ! ସତରେ Power କଣ ଏତେ Powerful ଯେ, Publicଙ୍କ ପେଟକୁ ଭୋକିଲା ରଖି ସେମାନଙ୍କୁ Puppet କରି ରଖିପାରିବ !…











