କଣ ଚାଲିଛି ଏଠି !…
BHUBANESWAR: ସତରେ ଏ ଦେଶରେ କଣ ଚାଲିଛି ! ଏ ଦେଶର ସରକାର ବା ଶାସନ, ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଚାଲୁଛି ତ ! ନିଜକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କହି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ବୋଲି ଛାତି ପିଟୁଥିବା ଗଣମାଧ୍ୟମ, ସଠିକ ଟ୍ରାକରେ ଅଛି ତ ! ଏବେର ଭାରତୀୟ ଗଣମାଧ୍ୟମ, ତାର ଗାଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦାୟିତ୍ବକୁ ନେଇ ସଚେତନ ଅଛି ତ ! ନାଁ, ସତ୍ତାର ସଖା ପାଲଟି ଯାଇଥିବା ସାମ୍ବାଦିକତା, ସାମ୍ବାଧିକତାରେ ପରିଣତ ହୋଇସାରିଛି !
() ଆଜିର ଭାରତୀୟ ଗଣମାଧ୍ୟମକୁ ଏଇଥି ପାଇଁ, ଏମିତି କୁହାଯାଉଛି, କାରଣ, ଭାରତୀୟ ଗଣମାଧ୍ୟମ ଆଉ ଗଣମାଧ୍ୟମ ହୋଇ ନାହିଁ । କେବେଠାରୁ ତାହା ଜଣମାଧ୍ୟମ ହୋଇ ସାରିଛି । କହିଲେ ଦେଖି, ଦେଶର ଦ୍ବିତୀୟ ସାମ୍ବାଧାନିକ ବ୍ୟକ୍ତିତ୍ବ, ଯିଏ କି ଭାରତର ଇତିହାସରେ ପ୍ରଥମ ଥର ପାଇଁ ତାଙ୍କ ପଦରୁ ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେଇଛନ୍ତି, ସେ ଗଲେ କୁଆଡ଼େ ? ତାଙ୍କ ଇସ୍ତଫା ପଛର ପ୍ରକୃତ କାରଣ କଣ ? ଦେଶବାସୀଙ୍କର ଏହା ଜାଣିବାର ଅଧିକାର ଥିବା ବେଳେ ଦେଶବାସୀଙ୍କୁ ଜଣାଇବା ଗଣମାଧ୍ୟମର ପ୍ରମୁଖ ଦାୟିତ୍ବ ଏବଂ କର୍ତ୍ତବ୍ୟ । କିନ୍ତୁ କୌଣସି Main Stream Media କିମ୍ବା News Paperରେ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପଛର କାରଣ ଏବଂ ଅନ୍ତର୍ଦ୍ଧାନ ସଂକ୍ରାନ୍ତ ଖବର, ଆପଣ ଦେଖିଲେଣି କି ? ଯେତେବେଳେ କି ଧନଖଡ଼ଙ୍କ ଇସ୍ତଫାକୁ ମାସେରୁ ଅଧିକ ସମୟ ବିତିଗଲାଣି ।… ଛାଡ଼ନ୍ତୁ ସେ କଥା, କୁକୁର ମାଲିକକୁ ଚିହ୍ନେ, ମାଲିକର ବନ୍ଧୁବାନ୍ଧବ କିମ୍ବା ସାଙ୍ଗାସାଥୀଙ୍କୁ ଚିହ୍ନିବା କଣ କୁକୁର ପାଇଁ ନିହାତି ଦରକାର ! ତେଣୁ ଏଭଳି ସ୍ଥିତିରେ ବର୍ତ୍ତମାନର Pomeranian Mediaଠାରୁ ଅଧିକ କିଛି ଦାୟିତ୍ବସମ୍ପନ୍ନତା ଆଶା କରିବା ବୃଥା । ଏବେ ଆସନ୍ତୁ ଯିବା ପ୍ରକୃତ ଖବର ଉପରକୁ…
() କୁଆଡ଼େ ଗଲେ ଦେଶର ପୂର୍ବତନ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ? ଇସ୍ତଫା ଦେବା ପରେ ଧନଖଡ଼ ସାହେବ କୁଆଡ଼େ ଗଲେ ! ସେ ନିଜେ ଲୁଛିଛନ୍ତି ନା ତାଙ୍କୁ ନଜରବନ୍ଦୀ କରି ରଖାଯାଇଛି ! ଯଦି ସେ ନଜରବନ୍ଦୀରେ, ତେବେ କିଏ ତାଙ୍କୁ କରିଛି ନଜରବନ୍ଦୀ ?
() ଜୁଲାଇ ୨୧ ତାରିଖରେ ଜଗଦୀପ ଧନଖଡ଼, ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଗତ ଅଗଷ୍ଟ ୯ ତାରିଖରେ, ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭାର ସ୍ବାଧୀନ ସାଂସଦ କପିଲ ସିବଲ, ଜଗଦୀପ ଧନଖଡ଼ଙ୍କ ଅନ୍ତର୍ଦ୍ଧାନକୁ ନେଇ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ର ଗୃହମନ୍ତ୍ରୀଙ୍କଠାରୁ ସେ ଉତ୍ତର ଦାବି କରିଥିଲେ । କିନ୍ତୁ କିଛି ମିଳିନି ।… ଏବେ କିନ୍ତୁ ଅନେକ କିଛି ମିଳିଛି, ଯାହା ଆପଣଙ୍କ ହୋସ୍ ଉଡ଼ାଇ ଦେବ । କପିଲ ସିବଲଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇପାରି ନଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ, କିନ୍ତୁ RTI ମାଧ୍ୟମରେ ରାଷ୍ଟ୍ରପତି ଭବନକୁ ମଗା ଯାଇଥିବା ତଥ୍ୟ ପାଇଁ ବ୍ୟବହୃତ ହୋଇଛି ।…

() ମହାରାଷ୍ଟ୍ର ଅମରାବତୀର ସୂଚନା ଅଧିକାର କର୍ମୀ, ଅଜୟ ବାସୁଦେବ ବୋଷ, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଉପରେ ସୂଚନା ଦେବାକୁ କିଛିଦିନ ତଳେ, ରାଷ୍ଟ୍ରପତି ଭବନର ସଚିବାଳୟକୁ ତଥ୍ୟ ମାଗିଥିଲେ । ପ୍ରଥମ ପ୍ରଶ୍ନ ଥିଲା- ଜୁଲାଇ ୨୧ ତାରିଖ, କେତେବେଳେ ରାଷ୍ଟ୍ରପତିଙ୍କୁ ଭେଟିବାକୁ, ସେତେବେଳେର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସମୟ ମାଗିଥିଲେ ? ଏହି ପ୍ରଶ୍ନ ମାଧ୍ୟମରେ ଅଜୟ ବାସୁଦେବ ଜାଣିବାକୁ ଚାହିଁଥିଲେ କି, ଜୁଲାଇ ୨୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସେତେବେଳର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସାକ୍ଷାତ ହୋଇଛି ନା ନାହିଁ ? ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ, ରାଷ୍ଟ୍ରପତି ଭବନ ତରଫରୁ, ଧନଖଡ଼ଙ୍କୁ ଅନୁମତି ଦିଆ ଯାଇଥିଲା ନାଁ ନାହିଁ ? ଯଦି, ଦିଆଯାଇ ଥିଲା, ତେବେ ସେ ନିର୍ଦ୍ଦିଷ୍ଟ ସମୟ କଣ ଥିଲା ?…

() ଅଜୟଙ୍କ ଦ୍ବିତୀୟ ପ୍ରଶ୍ନ ଥିଲା- କଣ, ଧନଖଡ଼ଙ୍କ ଇସ୍ତଫାକୁ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମଞ୍ଜୁର କରିଛନ୍ତି ନା ନାହଁ ? ପ୍ରଥମ ପ୍ରଶ୍ନର ଉତ୍ତର ‘Not Available’ ବୋଲି ରାଷ୍ଟ୍ରପତି ଭବନର ସଚିବାଳୟ ତରଫରୁ କୁହା ଯାଇଥିବା ବେଳେ ଦ୍ବିତୀୟ ପ୍ରଶ୍ନର ଉତ୍ତର ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟର ଜୁଲାଇ ୨୨ ତାରିଖର ବିଜ୍ଞପ୍ତିକୁ ବ୍ୟବହାର କରାଯାଇଛି ।…
() ରାଷ୍ଟ୍ରପତି ହିଁ ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇବା ସହ ନିଯୁକ୍ତି ଦେଇଥାନ୍ତି । ଆଉ ଉପରାଷ୍ଟ୍ରପତିଙ୍କ ଇସ୍ତଫାକୁ ରାଷ୍ଟ୍ରପତି ହିଁ ମଞ୍ଜୁର କରିଥାନ୍ତି । କିନ୍ତୁ ଧନଖଡ଼ଙ୍କ ଇସ୍ତଫା ସଂକ୍ରାନ୍ତ ପ୍ରଶ୍ନରେ ରାଷ୍ଟ୍ରପତି ଭବନ ଦେଖାଉଛି, କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଜୁଲାଇ ୨୨ରେ ପ୍ରକାଶିତ ହୋଇଥିବା ବିଜ୍ଞପ୍ତିକୁ ।… ସତରେ, ଏ ଦେଶରେ ଚାଲିଛି କଣ !…











