ମିଛ କହିବା, ମହାପାପ… ‘Operation, Covere-up’ !

BHUBANESWAR: ଏପ୍ରିଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ କଣ କଲେ, ତାହା କେବଳ ଭାରତ କାହିଁକି, ସାରା ବିଶ୍ବ ଦେଖିଲା । ପହଲଗାମ୍ ଆକ୍ରମଣର Aftermath, Operation Sindoor ମଧ୍ୟ ସାରା ବିଶ୍ବ ଦେଖିଲା । ଭାରତୀୟ ସେନାର ପରାମକ୍ରମ ବିଶ୍ବ ଦେଖିଲା । ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଭାରତର ଆକ୍ରମଣ ଓ ଆଭିମଖ୍ୟ ମଧ୍ୟ ଏ ବିଶ୍ବ ଦେଖିଲା । ବିଶ୍ବ ସରପଞ୍ଚ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଦୁଇ ଆଣବିକ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ଅସ୍ତ୍ରବିରତିର Development ମଧ୍ୟ ଏ ବିଶ୍ବ ଦେଖିଲା ଏବଂ ଦେଖୁଛି ମଧ୍ୟ ।
ଭାରତ ଓ ପାକିସ୍ତାନ ମଧ୍ୟରେ ଏହା କେବେ ବି ଯୁଦ୍ଧ ନଥିଲା । କିନ୍ତୁ ପହଲଗାମ୍ ଆତଙ୍କୀ ହମଲାକୁ ନେଇ ପାକିସ୍ତାନୀ ଆତଙ୍କୀଙ୍କ ବିରୋଧରେ ଏ ଥିଲା ଭାରତର ସାମରିକ ଅଭିଯାନ, ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । ଯେଉଁଥି ପାଇଁ ସବୁଠି ସେନାକୁ ସାବାସୀ । …
ଭାରତୀୟ ସେନାର ପରାକ୍ରମରେ ପାକିସ୍ତାନ ଥରହର, ଶତାଧିକ ଆତଙ୍କବାଦୀ ମୃତ, ପାକିସ୍ତାନର ୯ଟି Strategic Point ଧ୍ବସ୍ତ । ଭାରତର ହମଲାରେ ଭୟରେ ଥରହର ପାକିସ୍ତାନ, ଅସ୍ତ୍ରବିରତି ପାଇଁ କଲା ଗୁହାରୀ ।…
ଭାରତର ଆକ୍ରମଣରେ ରୋକ୍ ଲଗାଇବାକୁ ଆମେରିକା ଅଧିକାରୀଙ୍କ ପାଖରେ ପାକ୍ ଅଧିକାରୀ କଲେ ଗୁହାରୀ… ପାକ୍ DGMO ମଧ୍ୟ ଭାରତର DGMOଙ୍କ ଗୋଡ଼ ତଳେ ପଡ଼ିଲା ।
ଯେତେବେଳେ ବି ଅପ୍ରୀତିକର ପରିସ୍ଥିତି ପରେ ସମ୍ଭାବ୍ୟ ବିପଜ୍ଜନକ ପରିସ୍ଥିତିକୁ ରୋକିବାକୁ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି, ସେତେବେଳେ ଅସ୍ତ୍ରବିରତି ହୋଇଛି ଚୁକ୍ତିଭିତ୍ତିକ । କିନ୍ତୁ ବିଶ୍ବ ସରପଞ୍ଚ ଚୌଧୁରୀ ଟ୍ରମ୍ପ ସାହେବଙ୍କ ଦ୍ବାରା, ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ବର୍ତ୍ତମାନର ଏହି ଅସ୍ତ୍ରବିରତି ସମ୍ପୂର୍ଣ୍ଣ ସର୍ତ୍ତବିହୀନ । ୧୨ ତାରିଖରେ ଦୁଇ ଦେଶ ମଧ୍ୟରେ ହୋଇଥିବା DGMO ସ୍ତରୀୟ ବୈଠକରେ ଅସ୍ତ୍ରବିରତି ନେଇ ଯୁକ୍ତାତ୍ମକ ଆଲୋଚନା ହୋଇଥିଲେ ମଧ୍ୟ ଅସ୍ତ୍ରବିରତିକୁ ନେଇ କଣ ସର୍ତ୍ତ ସ୍ଥିର କରାଗଲା, ତାହା ସ୍ପଷ୍ଟ ଭାବେ ସ୍ପଷ୍ଟ କରାଗଲା ନାହିଁ । ବରଂ ଆମେରିକାର ମଧ୍ୟସ୍ଥତାରେ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଘୋଷଣା ଆଧାରରେ ହିଁ ଭାରତ ଓ ପାକିସ୍ତାନ Ceasefire Trackକୁ ଆସିବାକୁ ବାଧ୍ୟ ହୋଇଥିବା ସ୍ପଷ୍ଟ ହୋଇଛି ।
ପହଲଗାମ୍ ଆକ୍ରମଣ ପରଠାରୁ ଦୁଇ ଦୁଇଟି ସର୍ବଦଳୀୟ ବୈଠକକୁ ଆସି ନଥିବା କିମ୍ବା ଦେଶର ସର୍ବୋଚ୍ଚ ନେତା ହିସାବରେ, ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିବା ପୂର୍ବରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ସତସାହସ ଜୁଟାଇ ପାରି ନଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପହଲଗାମ୍ ଆକ୍ରମଣ ଘଟଣାର ୨୦ ଦିନ ପରେ ଦେଶବାସୀଙ୍କୁ କଲେ ସମ୍ବୋଧନ । ଯେତେବେଳେ କି ମୋଦିଙ୍କ ସମ୍ବୋଧନର କିଛି ସମୟ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ Trade Threat ସମ୍ପର୍କିତ ବୟାନ ଆସି ସାରିଥିଲା ।
୧୨ ତାରିଖରେ ମୋଦିଙ୍କ ସମ୍ବୋଧନରେ ନା ଥିଲା ଆମେରିକା ଶବ୍ଦ ନା ଥିଲା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ । ଅସ୍ତ୍ରବିରତି ପ୍ରସଙ୍ଗରେ ଟ୍ରମ୍ପଙ୍କ ଭୂମିକା ବା ସଂପୃକ୍ତିକୁ ନେଇ ମଧ୍ୟ ପଦୁଟିଏ କହି ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୩ ତାରିଖରେ ଆଦମପୁରରେ ବାୟୁସେନା ଯବାନଙ୍କ ମନୋବଳ ବଢ଼ାଇବା କାର୍ଯ୍ୟକ୍ରମରେ ସାମିଲ ହେବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଯେଉ ମନ୍ତବ୍ୟ ଦେଇଛନ୍ତି ଦେଇଛନ୍ତି, ସେଥିରେ ନା ଅଛି ଆମେରିକାର ନାଁ, ନା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନାଁ, ନା ତାଙ୍କ Trade Threat ରହିଛି । କିନ୍ତୁ ଗୋଦି ବା ଗିଧ ମିଡିଆ ଭାରତ କୀ ପ୍ରହାର, ସିସପାୟାର୍ କେଲିଏ ପାକିସ୍ତାନ କୀ ଗୁହାରକୁ ହେଡଲାଇନ୍ ଡ୍ର କରିଛି । ଏଠି ପ୍ରଶ୍ନ ଉଠୁଛି, ଯଦି ଭାରତର ଆକ୍ରମଣରେ ଭୀତତ୍ରସ୍ତ ପାକିସ୍ତାନ, ଅସ୍ତ୍ରବିରତି ପାଇଁ, ଗୁହାରୀ କଲା ଏବଂ ଭାରତ ତାହା ମଞ୍ଜୁର କଲା, ତେବେ ତରାଜୁର ଓଜନିଆ ପଲାରେ ଥିବା ନୂଆଦିଲ୍ଲୀ, ଇସଲାମାବାଦକୁ ଆତଙ୍କବାଦ ଦମନ ପ୍ରସଙ୍ଗରେ ଅସ୍ତ୍ରବିରତିକୁ କାହିଁକି ଚୁକ୍ତିଭିତ୍ତିକ କଲା ନାହିଁ ? କାହିଁକି ପହଲଗାମ୍ ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବାକୁ ପାକିସ୍ତାନକୁ ବାଧ୍ୟ କଲା ନାହିଁ ? କାହିଁକି, ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ତାରିଖ ରାତି ୮ଟା ସମ୍ବୋଧନର କିଛି ସମୟ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ, ଭାରତ ଓ ପାକିସ୍ତାନକୁ ଦେଇଥିବା Trade Threat ସମ୍ପର୍କିତ ବୟାନ ଉପରେ, ୧୩ ତାରିଖ Press Briefingରେ, PTI ସମ୍ବାଦିକଙ୍କ ପ୍ରଶ୍ନ ଉପରେ କୌଣସି ଉତ୍ତର ରଖିଲେ ନାହିଁ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସୱାଲ ? ଠିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି …
ପହଲଗାମ୍ ଆତଙ୍କୀ ହମଲାରେ ସବୁଠାରୁ ଅଧିକ ବ୍ୟକ୍ତିଗତ କ୍ଷତି ଯଦି କାହାର ହୋଇଥାଏ, ତେବେ ସେ ପୀଡ଼ିତା ହେଉଛନ୍ତି ହିମାଂଶୀ ନରୱାଲ । ବିବାହର ୬ ଦିନ ଯାଇନି ପାକ୍ ଆତଙ୍କବାଦୀ, ତାଙ୍କ ମଥାର ସିନ୍ଦୂର ଲିଭାଇ ଦେଇଛନ୍ତି । ତେବେ ହିମାଂଶୀଙ୍କ ଏହି ସଙ୍କଟ ସମୟରେ କଟା ଘାରେ ଚୂନ ଲଗାଇଛନ୍ତି କିଛି ଅନ୍ଧଭକ୍ତ । ହିମାଂଶୀଙ୍କ ଏହି ଦୁସ୍ଥିତି ବେଳେ ଅନ୍ଧଭକ୍ତ ତାଙ୍କ ଚରିତ୍ର ସଂହାର କରିବାକୁ ପଛାଇ ନାହାନ୍ତି । ପୁଣି ଅପରେସନ୍ ସିନ୍ଦୂରର ମୁଖ୍ୟ ନାୟକ ପ୍ରଧାନମନ୍ତ୍ରୀ ମୋଦି, ଦେଶକୁ ଦେଇଥିବା ଦୁଇ ଦୁଇଟି ସମ୍ବୋଧନରେ ହିମାଂଶୀଙ୍କ ନାଁ ନେଇନାହାନ୍ତି । ଏପରିକି ହିମାଂଶୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରି ତାଙ୍କ ଚରିତ୍ର ସଂହାର କରିଥିବା ଅନ୍ଧଭକ୍ତଙ୍କ ବିରୋଧରେ ସରକାର ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି । ପୁଣି ନା ଆମେରିକାର ନାଁ ନେଇଛନ୍ତି, ନା ଟ୍ରମ୍ପଙ୍କ Ceasefire ମଧ୍ୟସ୍ଥତା ଉପରେ କହିଛନ୍ତି ! ଟ୍ରମ୍ପଙ୍କ Trade Threat Stop ଉପରେ ମଧ୍ୟ ମୁହଁ ଖୋଲି ନାହାନ୍ତି ସରକାରର କୌଣସି ଅଧିକାରୀ…
ସତରେ, ଏ ଦେଶରେ ସରକାର ଅଛି ନା ଏଠି Circus ଚାଲିଛି !…

Leave a Reply

Your email address will not be published. Required fields are marked *