ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ବୈଜୟନ୍ତ, ଅପରାଜିତା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ତାଲିକାରେ ବିଜେପିର କିଛି ବରିଷ୍ଠ ନେତାଙ୍କ ନାଁ ଭିତରକୁ ଫେରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ  ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦୀର୍ଘଦିନଧରି ଏମାନେ ଓଡ଼ିଶା ବିଜେପିର ବିଭିନ୍ନ ସମାବେଶରେ ଶୁପ୍ତ ପ୍ରାୟ ଥିଲେ।

ଏହି ତାଲିକାର ଆଗରେ ରହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଆକର୍ଷଣ ପାଲଟିଛନ୍ତି। ନୂଆକରି ବିଧାୟକ ହୋଇଥିବା  ଧାମନଗରର  ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ନାଁ ବି ତାଲିକାରେ ରହିଛି । ସେହିପରି ତାଲିକାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା ଓ ବିଶେଶ୍ୱର ଟୁଡ଼ୁଙ୍କ ନାଁ ରହିଛି ।  କ୍ଷେତ୍ର ପ୍ରଭାରୀ ସୁନୀଲ ବଂଶଲ ଓ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ବି ବିଜେପି ପ୍ରାର୍ଥୀ ପ୍ରଦୀପ ପୂରୋହିତଙ୍କ ପାଇଁ ପ୍ରଚାର କରିବେ।

 

Leave a Reply

Your email address will not be published. Required fields are marked *