ଶପଥ ପାଠ ପରେ ମନ୍ତ୍ରୀଙ୍କୁ ବଣ୍ଟାଗଲା ଦାୟିତ୍ୱ : ରୋହିତ ପୂଜାରୀଙ୍କୁ ଇଚ୍ଚଶିକ୍ଷା, ପ୍ରତାପ ଦେବଙ୍କୁ ଶିଳ୍ପ ଓ ଶକ୍ତି ବିଭାଗ
ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ରାଜ୍ୟ ମନ୍ତ୍ରୀମଣ୍ଡଳରେ ନବକଳେବର ହୋଇଛି । ରବିବାର ଲୋକସେବା କନ୍ଭେନ୍ସନ୍ ହଲ୍ରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ
ତେବେ ଆସନ୍ତୁ ଜାଣିବା କାହାକୁ ମିଳିଛି କେଉଁ ବିଭାଗ (କ୍ୟାବିନେଟ୍) –
- ଜଗନ୍ନାଥ ସାରକା- ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ବିକାଶ ଓ ଆଇନ
- ନିରଞ୍ଜନ ପୂଜାରୀ- ଅର୍ଥ, ସଂସଦୀୟ ବ୍ୟାପାର
- ରଣେନ୍ଦ୍ର ପ୍ରତାପ ସ୍ଵାଇଁ- କୃଷି ଓ କୃଷକ ବିକାଶ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ
- ପ୍ରଦୀପ ଅମାତ- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ
- ପ୍ରମିଳା ମଲ୍ଲିକ- ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ
- ଉଷା ଦେବୀ- ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ
- ପ୍ରଫୁଲ୍ଲ ମଲ୍ଲିକ- ଇସ୍ପାତ ଓ ଖଣି, ପୂର୍ତ୍ତ
- ପ୍ରତାପ କେଶରୀ ଦେବ- ଶିଳ୍ପ, ଶକ୍ତି ଏବଂ MSME
- ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ
- ନବ କିଶୋର ଦାସ- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ
- ଟୁକୁନି ସାହୁ- ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ
- ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଉଦ୍ୟୋଗ, ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ
- ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସମନ୍ୱୟ
- ସେହିପରି (ରାଷ୍ଟ୍ରମନ୍ତ୍ରୀ) କାହାକୁ ମିଳିଛି କେଉଁ ବିଭାଗର ଦାୟିତ୍ୱ-
- ସମୀର ରଞ୍ଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା
- ଅଶ୍ଵିନୀ କୁମାର ପାତ୍ର- ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ
- ପ୍ରୀତି ରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା
- ଶ୍ରୀକାନ୍ତ ସାହୁ- ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା
- ତୁଷାରକାନ୍ତି ବେହେରା- ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି , କ୍ରୀଡ଼ା ଓ ଯୁବ ବ୍ୟାପାର
- ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା
- ରୀତା ସାହୁ- ହସ୍ତତନ୍ତ ଓ ବୟନ ଶିଳ୍ପ
- ବାସନ୍ତୀ ହେମ୍ଵ୍ରେମ୍- ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି
ଏହାସହ ତୁଷାରକାନ୍ତି ବେହେରାଙ୍କୁ ଗୃହରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି ।