ଡ୍ରାଇଭର, ଡିଭାଇଡର ଉପରେ ଚଢିଗଲା ବସ : ୨୫ ଆହତ

ବାଙ୍ଗାଲୋର,(ଓଡ଼ିଶା ଟାଇମ୍):ଭୟଙ୍କର ବସ ଦୁର୍ଘଟଣା । ୨୫ ଜଣ ଆହତ ଓ ୪ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକରେ । ଏକ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ରବିବାର ସନ୍ଧ୍ୟାରେ କେଏସଆରଟିସିର ଏକ ବସ ୪୫ରୁ ଅଧିକ ଯାତ୍ରୀଙ୍କୁ ନେଇ ମାଡିକେରୀରୁ ବାହାରିଥିଲା। ତେବେ  କେଙ୍ଗେରୀ ପୋଲିସ ଷ୍ଟେସନ ପାଖରେ ବସଟି ଭାରସାମ୍ୟ ହରାଇଥିଲା । ଏହା ରାସ୍ତା କଡରେ ଥିବା ଏକ ଡିଭାଇଡର ଉପରେ ଚଢିଯାଇଥିଲା । ଫଳରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ଦୁର୍ଘଟଣାର ଖବର ପ୍ରଥମେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା  । ତୁରନ୍ତ ଆହତ ଓ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ତେବେ କଣ ପାଇଁ ଡ୍ରାଇଭର ଭାରସାମ୍ୟ ହରାଇଥିଲେ ସେନେଇ ତଦନ୍ତ ଚାଲିଥିବା ଓ୍ୱେଷ୍ଟ୍ ବେଙ୍ଗାଲୁରୁ ଡିସିପି ସଞ୍ଜିବ ପତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *