ମଝି ଆକାଶରେ ବିମାନରେ ଅଘଟଣ: ପାସେଞ୍ଜରଙ୍କ ମୋବାଇଲରେ ଲାଗିଲା ନିଆଁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ମୋବାଇଲ୍‌ରେ ଲାଗିଲା ନିଆଁ । ଇଣ୍ଡିଗୋର ଏ୩୨୦ ବିମାନରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଜଣେ ଯାତ୍ରୀଙ୍କ ମୋବାଇଲରୁ ହଠାତ୍ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । କ୍ୟାବିନ କ୍ରୁକୁ ଏ ନେଇ ସୂଚନା ଦିଆଯାଇଥିଲା । କ୍ରୁ ସଦସ୍ୟ ଅଗ୍ନି ନିର୍ବାପକ ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ ।

ଡିଜିସିଏର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏ୩୨୦ ନିୟୋ ବିମାନ ଭିଟି-ଆଇଜେଭି କିପ୍ ବିମାନ ନମ୍ବର ୬ଇ-୨୦୩୭ ଆସାମର ଦିବ୍ରୁଗଡରୁ ଦିଲ୍ଲୀ ଆସୁଥିଲା । ଏହି ସମୟରେ ଜଣେ ଯାତ୍ରୀଙ୍କ ମୋବାଇଲ୍ ଫୋନ୍‌ରୁ ନିଆଁ ଏବଂ ଧୂଆଁ ବାହାରିଥିଲା । ଏହା ଦେଖି ଯାତ୍ରୀମାନେ କ୍ୟାବିନ କ୍ରୁଙ୍କୁ ଏ ନେଇ ସୂଚନା ଦେଇଥିଲେ । ଏହା ପରେ କ୍ୟାବିନ୍ କ୍ରୁ ସଦସ୍ୟ କ୍ୟାବିନ୍ ଅଗ୍ନି ନିର୍ବାପକ ସାହାଯ୍ୟରେ ନିଆଁ ଲିଭାଇଥିଲେ । ଏହି ସମୟରେ କେହି ଆହତ ହୋଇନଥିବା ଜଣାପଡିଛି ।

ଡିଜିସିଏ ଅନୁସାରେ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଉହ୍ଲାଇଛି । ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ଦିବ୍ରୁଗଡରୁ ଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କ ମୋବାଇଲରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । କ୍ରୁ ସଦସ୍ୟ ବିଳମ୍ବ ନକରି ନିଆଁକୁ ଆୟତ୍ତ କରିଥିଲେ । କୌଣସି ଯାତ୍ରୀ କିମ୍ବା ବିମାନର କୌଣସି କ୍ଷତି ଘଟିନାହିଁ ।

Leave a Reply

Your email address will not be published.