କାନାଡାର ଟରୋଣ୍ଟୋରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କାନାଡାରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି। ଟରୋଣ୍ଟୋ ସହରର ଏକ ସବୱେ ରେଳ ଷ୍ଟେସନର ପ୍ରବେଶ ଦ୍ୱାର ନିକଟରେ ଗୁଳିମାଡରେ ୨୧ ବର୍ଷିୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ପରିଚୟ କାର୍ତ୍ତିକ ବାସୁଦେବ ରୂପେ ହୋଇଛି। ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି।
ଗୁରୁବାର ସେଣ୍ଟ ଜେମ୍ସ ଟାଉନରେ ସେନୱର୍ଣ୍ଣ ଟିଟିସି ଷ୍ଟେସନର ଗ୍ଲେନ ରୋଡର ପ୍ରଦେଶ ଦ୍ୱାରରେ କାର୍ତ୍ତିକଙ୍କୁ ଗୁଳି ମରାଯାଇଥିଲା। ଟରୋଣ୍ଟୋ ପୋଲିସର ବୟାନ ଅନୁସାରେ, ଘଟଣାସ୍ଥଳରେ କାର୍ତ୍ତିକଙ୍କୁ ପ୍ରାରମ୍ଭିକ ଚିକିତ୍ସା ଯୋଗାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ମାମଲା ତଦନ୍ତ ଜାରି ରଖିଛି। ପୋଲିସ ଘଟଣାସ୍ଥଳରେ ଉପସ୍ଥିତି ଲୋକଙ୍କୁ ପଚରାଉଚରା କରୁଛି।
ଟରୋଣ୍ଟୋରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯାଇଛି। ପରିବାର ସହ ସମ୍ପର୍କ ସ୍ଥାପନ କରି ମୃତ ଶରୀରକୁ ହସ୍ତାନ୍ତର କରିବାରେ ସବୁ ସମ୍ଭବ ପ୍ରୟାସ କରାଯିବ ବୋଲି କୁହାଯାଇଛି। ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଭାରତୀୟ ଛାତ୍ରଙ୍କ ହତ୍ୟାରେ ଶୋକ ବ୍ୟକ୍ତ କରିଛନ୍ତି। ଜୟଶଙ୍କର ଟ୍ୱିଟ କରି କହିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା’।
Grieved by this tragic incident. Deepest condolences to the family. https://t.co/guG7xMwEMt
— Dr. S. Jaishankar (@DrSJaishankar) April 8, 2022