ଜାତୀୟ ଫେଡେରେସନ କପ୍‌ ଦୌଡ଼କୁଦ; ୧୦୦ମିଟରରେ ସ୍ବର୍ଣ୍ଣ ଜିତିଲେ ଦୂତି

କଟକ, (ଓଡିଶା ଟାଇମ୍): କେରଳର କାଲିକଟ୍‌ ବିଶ୍ବବିଦ୍ୟାଳୟରେ ଚାଲିଥିବା ୨୫ତମ ଜାତୀୟ ଫେଡେରେସନ କପ୍‌ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଅନୁଷ୍ଠିତ ମହିଳା ୧୦୦ ମିଟର ଦୌଡ଼ରେ ଦୂତି ୧୧.୪୯ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ଭାରତର ଦୁଇ ଶ୍ରେଷ୍ଠ ମହିଳା ଧାବିକା ଦୂତି ଚାନ୍ଦ ଓ ଆସାମର ହିମା ଦାସ ୧୦୦ ମିଟର ଦୌଡ଼ରେ ଭାଗ ନେଇଥିଲେ। ଏହି ସଫଳତା ପାଇଁ ଦୂତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଶ୍ରେୟ ଦେଇଛନ୍ତି।

Leave a Reply

Your email address will not be published.