ଡିଜିଟାଲ କୋର୍ଟ ରୁମ୍ ଏବଂ ସାକ୍ଷ ଗ୍ରହଣ କେନ୍ଦ୍ର ଉଦଘାଟିତ, ଭର୍ଚୁଆଲ ମୋଡ଼ରେ ଯୋଗଦେଲେ ସୁପ୍ରିମ୍‌କୋର୍ଟର ବିଚାରପତି

ଝାରସୁଗୁଡ଼ା, (ଓଡିଶା ଟାଇମ୍): ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଏକ ଡିଜିଟାଲ କୋର୍ଟ ଏବଂ ସାକ୍ଷ ଗ୍ରହଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ସୁପ୍ରିମକୋର୍ଟ ବିଚାରପତି ଡକ୍ଟର ଡିୱାଇ ଚନ୍ଦ୍ରଚୁଡ଼ ଓ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧରନ ଭର୍ଚୁଆଲ ମୋଡ଼  ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ  । କୋର୍ଟରେ ସାକ୍ଷ ଗ୍ରହଣ ସମୟରେ ଯେଉଁ ସାକ୍ଷୀମାନେ ନିଜକୁ ଅସୁରକ୍ଷିତମନେ କରିବେ ସେମାନେ ଏହି ସ୍ଥାନରେ ନିଜର ସାକ୍ଷ ପ୍ରଦାନ ପାଇଁ ଆସି ସାକ୍ଷୀ ଦେଇପାରିବେ ଏବଂ ଦୁଷ୍କର୍ମ ପିଡୀତା ଯେଉଁମାନେ ସାକ୍ଷ ପ୍ରଦାନ ସମୟରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି  ସେମାନେ ମଧ୍ୟ ଏହି ଡିଜିଟାଲ କୋର୍ଟ ଦ୍ୱାରା ସାକ୍ଷ ପ୍ରଦାନ କରିପାରିବେ । ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଗାଇଡ଼ଲାଇନ ପ୍ରସ୍ତୁତ କରାଯାଇଛି ଏବଂ ଏହି ନିର୍ଦ୍ଧିଷ୍ଟ ଗାଇଡ଼ଲାଇନ ଅନୁସାରେ ସାକ୍ଷ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଏକ ଡିଜିଟାଲ କୋର୍ଟ ରୁମ ସାକ୍ଷୀମାନଙ୍କ ପାଇଁ ପ୍ରତିକ୍ଷାଳୟର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published.