ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ରୁଷ୍ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରୁଷ୍‌ ଓ ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ବ କୂଟନୀତି ଜୋର ଧରିଥିବାବେଳେ ଆଜି (ଗୁରୁବାର) ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତ ଗସ୍ତରେ ଆସୁଛନ୍ତି। ଭାରତ ବୈଦେଶିକ ମନ୍ତ୍ରଣାଳୟ କହିବା ଅନୁଯାୟୀ ଗୁରୁ ଓ ଶୁକ୍ର ଦୁଇ ଦିନ ପାଇଁ ଲାଭରୋଭ ନୂଆଦିଲ୍ଲୀ ଗସ୍ତରେ ଆସିବେ। ଫେବୃଆରୀ ୨୪ରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ପରେ ମସ୍କୋର ଜଣେ ସର୍ବୋଚ୍ଚ ଅଧିକାରୀ ଭାରତ ଗସ୍ତରେ ଆସୁଛନ୍ତି। ଭାରତ ଗସ୍ତ କାଳରେ ଲାଭରୋଭ କେଉଁମାନଙ୍କୁ ସାକ୍ଷାତ କରିବେ ତାହା ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରି ନାହିଁ। ଭାରତ ଗସ୍ତ ଶେଷ ପରେ ଲାଭରୋଭ ଚୀନ ଗସ୍ତରେ ଯିବେ। ଅନ୍ୟପଟେ ଜର୍ମାନୀ ବୈଦେଶିକ ଓ ସୁରକ୍ଷା ପରାମର୍ଶଦାତା ଜେନ୍‌ ପ୍ଲଟନର ବୁଧବାର ଭାରତ ଗସ୍ତରେ ଆସିବେ। ୟୁକ୍ରେନ ବିରୋଧରେ ଯୁଦ୍ଧକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ଓ ସାଧାରଣ ପରିଷଦରେ ରୁଷ୍ ବିରୋଧରେ ଆଗତ ପ୍ରସ୍ତାବ ବିରୋଧରେ ଭାରତ ଭୋଟ ଦେବାରୁ ଦୂରେଇ ରହିଥିଲା।

Leave a Reply

Your email address will not be published. Required fields are marked *