ପିପିଲିରେ ପୁଣି ନିର୍ବାଚନୀ ହିଂସା, କଂଗ୍ରେସ କ୍ୟାମ୍ପ କାର୍ଯ୍ୟାଳୟ ଜାଳିଲେ ଦୁର୍ବୃତ୍ତ

ପିପିଲି, (ଓଡିଶା ଟାଇମ୍): ପିପିଲିରେ ପୁଣି ନିର୍ବାଚନୀ ହିଂସା ଦେଖାଦେଇଛି । ଦୁର୍ବୃତ୍ତ ମାନେ କଂଗ୍ରେସ କ୍ୟାମ୍ପ କାର୍ଯ୍ୟାଳୟ ଜାଳିଦେଇଥିବା ଦେଖିବାକୁ ମିଳିଛି । ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇ ଫେରାର ହୋଇଯାଇଛନ୍ତି । ଫଳରେ କାର୍ଯ୍ୟାଳୟର ଅନେକ ଜିନିଷ ପୋଡି ପାଉଁଶ ହୋଇଯାଇଛି । ଏହି ଘଟଣା ପିପିଲି ଏନଏସିର ୭ନଂ ୱାର୍ଡରେ ଥିବା କ୍ୟାମ୍ପ କାର୍ଯ୍ୟାଳୟରେ ଘଟିଛି । ଘଟଣାକୁ ନେଇ କଂଗ୍ରେସ ମଧ୍ୟ ତାର ପ୍ରତିକ୍ରିୟା ରଖିଛି । ନିଆଁ ଲଗାଇବା ପଛରେ ଏକ ନିର୍ଦ୍ଦିଷ୍ଟ ଦଳର ହାତଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରାର୍ଥୀଙ୍କ ଭାଇ । ଘଟଣାକୁ କଂଗ୍ରେସ ନିନ୍ଦା କରିଛି ।

Leave a Reply

Your email address will not be published.