ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ, ହଷ୍ଟେଲ୍‌ ଆଗରେ ଦାମୀ ଗାଡି ପୋଡିଦେଲେ ଦୁର୍ବୃତ୍ତ

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ପୁଣି ଅଶାନ୍ତ ବାଣୀ ବିହାର କ୍ୟାମ୍ପସ୍। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏହାପରେ ଗାଡି ପୋଡିଦେଲେ ଦୁର୍ବୁତ୍ତ । ଗାଡ଼ି ପୋଡ଼ାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିଥିବା ଜଣାପଡିଛିl

ଖବର ଅନୁଯାୟୀ,, ଶନିବାର ବିଳମ୍ବିତ ରାତିରେ ବାଣୀ ବିହାର କ୍ୟାମ୍ପସରେ ଭିତରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗାଡି ପାର୍କିଂକୁ ନେଇ ବିବାଦ ଦେଖାଦେଇଥିଲା । ଏହାପରେ କିଛି ଦୁର୍ବୁତ୍ତ ହଷ୍ଟେଲ୍‌ ଆଗରେ ଥିବା ଦାମୀ ବାଇକ୍ ଓ ସ୍କୁଟିରେ ନିଆଁ ଲଗାଇ ଦେଇଥିଲା । ଯାହାଫଳରେ ଗାଡିଗୁଡିକ ପୋଡିଯାଇଛି । ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ପରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ପୋଲିସ ପହଞ୍ଚି ତଦନ୍ତ ଛାନ୍‌ଭିନ୍‌ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *