ପାକିସ୍ତାନ ସଂସଦରେ ପଶିଲେ ସେନା, ବିପକ୍ଷ ଦଳର ନେତାଙ୍କ ସହ ୧୯ ଗିରଫ

ଲାହୋର, (ଓଡିଶା ଟାଇମ୍):  ପାକିସ୍ତାନ ସଂସଦରେ ହଙ୍ଗାମା । ଇସ୍‌ଲାମାବାଦ ସେନା ସଂସଦର ଲଜ୍‌ ଭିତରେ ଏକ ଅପରେସନ୍‌ ସମୟରେ JUI-F MNA ସାଲାହୁଦ୍ଦିନ ଆୟୁବି ଏବଂ ମୌଲାନା ଜମାଲ-ଉଦ-ଦିନ୍ଙ୍କ ସମେତ ୧୯ ଜଣଙ୍କୁ ଗରିଫ କରିଛି । ପୋଲିସ୍‌ ଏ ନେଇ କହିଛି ଯେ ସଂସଦର ଲଜ୍‌ରେ ଜାମିଆତ୍ ଉଲେମା-ଇ-ଇସଲାମର ୟୁନିଫର୍ମ ପିନ୍ଧିଥିବା ସ୍ୱେଚ୍ଛାସେବୀ ବଳ ଅନସାରୁଲ ଇସଲାମର ସଦସ୍ୟ ଅନୁପ୍ରବେଶ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଇସ୍‌ଲାମାବାଦ ସେନା ମହାନିରିକ୍ଷକ ମହମ୍ମଦ ଅହସାନ ୟୁନୁସ ଲଜ୍‌ ଭିତରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅପରେସନ୍‌ର ଦାୟିତ୍ୱ ଖୋଦ୍‌ ସେନା ମହାନିରିକ୍ଷକ ନେଇଥିଲେ । ବିରୋଧୀ ଇମ୍ରାନ ଖାନ୍‌ ସରକାର ବିରୋଧରେ ପାକିସ୍ତାନ ସଂସଦରେ ଆସ୍ଥାଭୋଟ ପ୍ରସ୍ତାବ ଆଣିବା ପରେ ରାଜନୈତିକ ସରଗରମ ବଢ଼ିଛି । ଗୁରୁବାର ମୌଲାନା ଫଜଲ-ଉର-ରହମାନଙ୍କ ପାର୍ଟିର ଜଣେ ସାଂସଦଙ୍କୁ ଗିରଫ କରିବା ପରେ ବପକ୍ଷ ଦଳ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନ ଗୃହମନ୍ତ୍ରୀ ଶେଖ ରାଶିଦ ଅଭିଯୋଗ ଆଣିଛନ୍ତି ଯେ ଉଲେମା-ଏ-ଇସ୍‌ଲାମ୍‌ ଜାଣିଶୁଣି ସଂସଦର ଲଜ୍‌ରେ ଅନ୍‌ସାରୁଲ୍‌ ଇସ୍‌ଲାମ୍‌ର ସଦସ୍ୟଙ୍କୁ ପ୍ରବେଶ କରାଇଥିଲେ । ସେମାନେ ଲଜ୍‌ ଭିତରେ ଲୁଚି ରହିଥିଲେ । ଆମେ ଚାହୁଁଥିଲୁ ଯେ ଏହି ମାମଲାର ଶାନ୍ତିରେ ସମାଧାନ କରାଯିବ । କିନ୍ତୁ ସେମାନେ ସେନା ଅଧିକାରୀଙ୍କୁ ମାଡ଼ ମାରିଥିବା ଶେଖ ରସିଦ୍‌ ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *