ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ମହାସ୍ନାନ ନୀତି
ପୁରୀ, (ଓଡିଶା ଟାଇମ୍): ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଛି ରକ୍ତଛିଟା । ଅବକାଶ ପୂଜା ପରେ ଭିତରକାଠ ନିକଟରେ ଦେଖିବାକୁ ମିଳିଛି ଏହି ରକ୍ତୁଛିଟା । ଏହି ରକ୍ତଛିଟା ଦେଖାଯିବା ପରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ମହାସ୍ନାନ ନୀତି । ଆଉ ଏହି ମହାସ୍ନାନ ନୀତି ଯୋଗୁଁ ଘଣ୍ଟାଏରୁ ଅଧିକ ସମୟ ଧରି ନୀତିକାନ୍ତିରେ ବିଳମ୍ବ ହୋଇଥିବା ଜଣାପଡ଼ିଛି ।