ଋଷ ବିରୋଧରେ ଲଢିବାକୁ ବାହାରିଲେ ୭୦ ହଜାର ଜାପାନ ସ୍ୱେଚ୍ଛାସେବୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧ ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ଡାକିବା ପରେ ଜାପାନର ଦଶ ହଜାର ଲୋକ ଏଥିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଋଷ ସୈନ୍ୟଙ୍କ ବିରୋଧରେ ଲଢିବା ପାଇଁ ଦକ୍ଷିଣ-ପଶ୍ଚିମ ଜାପାନରେ ରହୁଥିବା ୩୯ ବର୍ଷିୟ ଅଫିସ୍ କର୍ମଚାରୀ ଆଗକୁ ଆସିଛନ୍ତି। ବ୍ୟକ୍ତିଙ୍କ ନାଁ କିଅଚି କୁରୋଗୀ। ସେ ୟୁକ୍ରେନ ଦୂତାବାସକୁ ଯୁଦ୍ଧରେ ସାମିଲ୍‌ ହେବାନେଇ ଜଣାଇଛନ୍ତି।

ସେ କହିଛନ୍ତି, ମୁଁ ଯେତେବେଳେ ୟୁକ୍ରେନର ବୃଦ୍ଧ, ପୁରୁଷ ଓ ମହିଳା ମାନେ ବନ୍ଧୁକ ଧରି ଯୁଦ୍ଧ ପାଇଁ ବାହାରିବା ଖବର ପାଇଲି, ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ  ମଧ୍ୟ ସେମାନଙ୍କ ପରି କରିବି। ଦୂତାବାସ କୁରୋଗୀଙ୍କ ଯୁଦ୍ଧ ପାଇଁ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କର ଆବଶ୍ୟକ ସାମରିକ ଅଭିଜ୍ଞତାର ନାହିଁ ବୋଲି କହିଛନ୍ତି। ଙ୍ଗଳବାର ସୁଦ୍ଧା ୭୦ ଜଣ ଜାପାନୀଜ୍‌ , ଜାପାନର ଆତ୍ମରକ୍ଷା ବାହିନୀର ୫୦ ଜଣ ପୂର୍ବତନ ସଦସ୍ୟ ଯୁଦ୍ଧରେ ଲଢିବା ପାଇଁ ଜଣାଇଛନ୍ତି। ୟୁକ୍ରେନ ଦୂତାବାସର ଜଣେ ମୁଖପାତ୍ର କହିଛନ୍ତି ଯେ, ୟୁକ୍ରେନ ପାଇଁ ଲଢିବାକୁ ଚାହୁଁଥିବା ଲୋକଙ୍କଠାରୁ କଲ୍‌ ଆସିଛି।  କଲ ଗ୍ରହଣ କରାଯାଇଛି, ଏ ସମ୍ପର୍କରେ ସେ ଅଧିକ ବିବରଣୀ ଦେବାକୁ ମନା କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *