ୟୁକ୍ରେନକୁ ନେଇ ୟୁଏନଏସସିର ଜରୁରୀ ବୈଠକ, ଭାରତ ରଖିବ ବିବୃତି

ନୂଆଦିଲ୍ଲୀ, ( ଓଡିଶା ଟାଇମ୍): ୟୁକ୍ରେନକୁ ନେଇ ଘନଉଛି ବିବାଦ । ଋଷ ଓ ଆମେରିକା ହୋଇପାରନ୍ତି ମୁହାଁମୁହିଁ । ଋଷ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା ପରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଛି । ଏହି ବୈଠକରେ ଭାରତ ମଧ୍ୟ ତାର ବିବୃତି ରଖିବ । ମିଳିଥିବା ସୂଚନା ଅନୁଯାୟୀ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଜରୁରୀକାଳୀନ ବୈଠକ ଡକାଇବାକୁ ଆମେରିକା ଏବଂ ଫ୍ରାନ୍ସ ଆବେଦନ କରିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ବିସ୍ତୃତ ଆଲୋଚନା ହେବ ।

ରୁଷର ରାଷ୍ଟ୍ରପତି ପୁଟିନ ପୂର୍ବ ୟୁକ୍ରେନରେ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀ ଅଞ୍ଚଳ (ଡୋନେଟସ୍କ ଏବଂ ଲୁହାନସ୍କ)ର ସ୍ୱାଧୀନତାକୁ ସ୍ୱୀକୃତି ଦେଇଛନ୍ତି ଜ୍ଝ କିଛି ଦେଶ ଏହାକୁ ନେଇ ଭୟ ମଧ୍ୟ କରୁଛନ୍ତି । କରଣ ଯେ କୌଣସି ସମୟରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ବୋଲି ଅନୁମାନ କରାଯାଉଛି l

Leave a Reply

Your email address will not be published.