ଦେଶରେ ଆଉ ୧୬,୦୫୧ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ବି ଦେଶରେ ୨୦ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ ରହିଛି । ଗୋଟିଏ ଦିନରେ ଆଉ ୧୬,୦୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସୁସ୍ଥତାକୁ ମିଶାଇ ଦେଶରେ ଏଯାଏ କରୋନାରୁ ମୋଟ୍ ସୁସ୍ଥ ହେଲେଣି ୪,୨୧,୨୪,୨୮୪ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଆଉ ୨୦୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫,୧୧୨,୧୦୯ ରେ ପହଞ୍ଚିଛି । ଦେଶରେ ମୋଟ୍ ସକ୍ରିୟ ଆକ୍ରାନ୍ତ ୨,୦୨,୧୩୧ରହିଛି । ଦୈନିକ ପଜିଟିଭିଟି ହାର ୧.୯୩%କୁ ଖସିଛି । ସଂକ୍ରମଣକୁ ମାତ୍ ଦେବାକୁ ଦେଶରେ ଟିକାକରଣ କରାଯାଉଛି ।