ନୂଆ ରୂପରେ ଆସୁଛି ମାରୁତିର ଏହି ଶସ୍ତା କାର୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଗ୍ରାହକଙ୍କ ପାଇଁ ମାରୁତି ଆଣୁଛି ଖୁସି ଖବର । ଦେଶର ଅଗ୍ରଣୀ ଅଟୋମେକର୍ ମାରୁତି ସୁଜୁକି କମ୍ପାନୀ ଚଳିତ ବର୍ଷ ଗ୍ରାହକ ମାନଙ୍କ ପାଇଁ କିଛି ନୂତନ ମଡେଲ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ପ୍ରସ୍ତୁତ କରାଯାଉଥିବା ନୂତନ ମଡେଲରେ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଏହି କାରରେ ୫ ବିଶେଷ ବ୍ୟବସ୍ଥା କରାଯାଇଛି ।
ଆସୁଥିବା ମାରୁତିର ଏହି ନୂତନ ମଡେଲରେ ବଡ଼ ଧରଣରର ପରିବର୍ତ୍ତନ କରିବ କମ୍ପାନୀ । କାରଟିକୁ ସମ୍ପର୍ଣ୍ଣ ଭାବେ ଆଡ଼ୁନୀକରଣ କରିବ କମ୍ପାନୀ । ନୂତନ ଡ୍ୟାସବୋର୍ଡ ଏବଂ ସେଣ୍ଟ୍ରାଲ୍ କନସୋଲ୍ ଡିଜାଇନ୍ ସହିତ ଆସିବ ବୋଲି କୁହାଯାଉଛି । ହ୍ୟାଚବ୍ୟାକ୍ ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ ଟଚ୍ ସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ୍ ମଧ୍ୟ ଏଥିରେ ରହିବ । ସେମି-ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କନସୋଲ୍, କିଲେସ୍ ଏଣ୍ଟ୍ରି, ଇଞ୍ଜିନ୍ ଷ୍ଟାର୍ଟ / ଷ୍ଟପ୍ ବଟନ୍ ଭଳି ଆଧୁନିକୀକରଣ କରାଯିବ । ନୂତନ ଆଲ୍ଟୋର କ୍ୟାବିନ ଭିତରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯିବ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।