ଜାମ୍ମୁ କାଶ୍ମୀର ଅଓ୍ୱନ୍ତିପୋରାରେ ସୁରକ୍ଷା ବାହିନୀକୁ ସଫଳତା, ଏନକାଉଣ୍ଟରରେ ଟଳିଲେ ଜଣେ ଆତଙ୍କୀ

କାଶ୍ମୀରର,(ଓଡିଶା ଟାଇମ୍):  ଜାମ୍ମୁ କାଶ୍ମୀରର ଅୱାନ୍ତିପୋରାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦିକୁ ମାରି ଗଡାଇବାରେ ସକ୍ଷମ ହୋଇଛନ୍ତି ସେନା । କାଶ୍ମୀର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି ।

ବାସ୍ତବରେ ଅୱାନ୍ତିପୋରାରେ ବାରାଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ଖବର ପାଇବା ପରେ ପୋଲିସ ଏବଂ ସେନା ପହଞ୍ଚିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହା ପରେ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିଲେ । ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ବାନ୍ଦିପୋରାର ଗୁଲଶନ ଚୌକରେ ଆତଙ୍କବାଦୀମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ଦୁଇ ସେନା ସହିଦ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ଆତଙ୍କବାଦୀ ଆକ୍ରମଣରେ ମହମ୍ମଦ ସୁଲତାନ ଏବଂ ଫାୟାଜ ଅହମ୍ମଦ ଆହତ ହୋଇଥିଲେ। ଏହା ପରେ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଏହି ଅଞ୍ଚଳକୁ କର୍ଡନ କରାଯାଇଛି ବୋଲି କାଶ୍ମୀର ଜୋନ୍ ପୋଲିସ କହିଛି।

Leave a Reply

Your email address will not be published. Required fields are marked *