ସାଇବର ଠକ ଜାଲରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀନ ପଣ୍ଡା
ଭୁବନେଶ୍ବର, (ଓଡିଶା ଟାଇମ୍): ସାଇବର ଠକ ଜାଲରେ ବରିଷ୍ଠ ଆଇପିଏସ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ କରିଛନ୍ତି ଟାର୍ଗେଟ୍ । ସମ୍ପର୍କୀୟଙ୍କ ମୋବାଇଲ ନମ୍ବର ହ୍ୟାକ୍ କରି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ପଠାଇଥିଲେ ମେସେଜ । ସଞ୍ଜୀବ ପଣ୍ଡାଙ୍କୁ ୯୮ ହଜାର ଟଙ୍କା ମାଗିଥିଲେ ହ୍ୟାକର । ଠକ ଜଣଙ୍କ ଫ୍ରଡ୍ ମେସେଜ୍ କରି ୨ଟି ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଲେଖିଥିଲେ । ସଞ୍ଜୀବଙ୍କ ବନ୍ଧୁଙ୍କ ମୋବାଇଲରୁ ଆସିଥିଲା ଫ୍ରଡ୍ ମେସେଜ । ବନ୍ଧୁଙ୍କ ମୋବାଇଲକୁ ହ୍ୟାକ୍ କରି ଠକ ଜଣଙ୍କ ସଞ୍ଜୀବ ପଣ୍ଡାଙ୍କୁ ମେସେଜ୍ ପଠାଇଥିଲେ ।
ତେବେ ହ୍ୟାକର ପଠାଇଥିବା ଦୁଇଟି ଆକାଉଣ୍ଟକୁ ବ୍ଲକ କଲେ କ୍ରାଇମବ୍ରାଞ୍ଚ ଏଡିଜି । ଗୋଟିଏ ଆକାଉଣ୍ଟ ଗୁଜୁରାଟ ଏସବିଆଇର । ଦ୍ୱିତୀୟଟି ତ୍ରିପୁରା ଆଇସିଆଇସିଆଇର । ଆକାଉଣ୍ଟ ନମ୍ବର ଜରିଆରେ ହ୍ୟାକର ଇ-ମେଲ୍ ଓ ମୋବାଇଲ ନମ୍ବର ଠାବ ହୋଇଛି । ନାଇଜେରିଆର ହ୍ୟାକର ବେଙ୍ଗାଲୁରୁରେ ଥାଇ ହ୍ୟାକ୍ କରୁଥିବା ସୂଚନା । ଖୁବ୍ ଶୀଘ୍ର ବେଙ୍ଗାଲୁରୁ ଯିବ କ୍ରାଇମବ୍ରାଞ୍ଚ ଟିମ୍ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।