ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର
ମେଷ
ଚାଷୀ ମାନଙ୍କ ପାଇଁ ଟିକେ ଦୁଃଖମୟ ରହିବ । ଜଳବାୟୁ ପ୍ରତି ସତର୍କ ରହି କାର୍ଯ୍ୟ କରନ୍ତୁ । ଗୃହିଣୀ ମାନେ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ଛାତ୍ରଛାତ୍ରୀ ପାଠପକା ପ୍ରତି ସଜାଗ ରହିବେ ।ପରିବାର ର ଶାନ୍ତି ପାଇଁ ଘରେ ଆଗରେ ଗୋବର ଜଳ ସିଞ୍ଚନ କରନ୍ତୁ ।
ବୃଷ
ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।ପାରିବାରିକ କ୍ଷେତ୍ରରେ ବିଶଙ୍ଖଳା ଦେଖା ଦେବ ö କର୍ମଜୀଵି ମାନେ କାର୍ଯ୍ୟରେ ସଫଳ ହେବେ । ଆଜିର ଦିନଟି ଆପଣଙ୍କ ପାଇଁ ଉତ୍ତମ | ଯାତ୍ରା ସମୟରେ ଭଗବାନ ଶିବଙ୍କ ପ୍ରତିମା ଦର୍ଶନ କରି ବାହାରନ୍ତୁ ।
ମିଥୁନ
ଚାଷୀଭାଇ ମାନେ ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ । ଗୃହିଣୀ ମାନେ ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ବାହାରକୁ ବାହାରିବା ସମୟରେ ଗଣେଶ ମନ୍ତ୍ର ଜପ କରି ଯାତ୍ରା କରନ୍ତୁ ।
କର୍କଟ
କର୍ମଜୀବି ମାନେ କାର୍ଯ୍ୟ କରି ପ୍ରଶଂସିତ ହେବେ କାର୍ଯ୍ୟରେ ଅବହେଳା କରିବେ ନାହିଁ ।ଚାଷୀ ମାନଙ୍କର କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ । ଜଳବାୟୁ ବିଷୟରେ ସଠିକ ବିବରଣୀ ନିଅନ୍ତୁ । ଗୋମାତା ଙ୍କୁ ଅନ୍ନ ଦାନ କରନ୍ତୁ ।
ସିଂହ
ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେବ । ଅଧା ରହିଥିବା କାର୍ଯ୍ୟ କୁ ପୁର୍ଣ କରିବା ପାଇଁ ଆପଣଙ୍କୁ ସୁଯୋଗ ମିଳିବ । ଛାତ୍ରଛାତ୍ରୀ ମାନେ ପାଠପଢା ରେ ମନ ଦେବେ ।ଘରୁ ବାହାରିବା ସମୟରେ ନାଲି ସିନ୍ଦୁର ମଥା ରେ ଲଗାଇ ଯାତ୍ରା କରନ୍ତୁ ମଙ୍ଗଳ ହେବ ।
କନ୍ୟା
ଗୃହିଣୀ ମାନେ ପୂଜା ପାଠରେ ବ୍ୟସ୍ତ ରହିବେ ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଧର୍ମ କାର୍ଯ୍ୟରେ ମନ ନିବେଶ କରିବେ । ବ୍ୟବସାୟ ରେ ସଫଳତା ପାଇବେ ସତର୍କତା ସହିତ କାର୍ଯ୍ୟରେ ମନ ଦିଅନ୍ତୁ ।
ତୁଳା
ପୂର୍ବରୁ ରଖିଥିବା ଯୋଜନା ସଫଳ ହେବ |ବନ୍ଧୁ ମାନଙ୍କର ପରାମର୍ଶ ଓ ସହଯୋଗ ମିଳିବ । ଛାତ୍ରଛାତ୍ରୀ ପାଠପଢାରେ ମନ ଦେବେ । ଅନ୍ଲାଇନ୍ ବିଦ୍ୟା ଗ୍ରହଣ କରିବେ ।
ବିଛା
ପୁରା ଦିନ ମନରେ ଉତ୍ସାହ ଭରି ରହିବ କିନ୍ତୁ ଶରୀରରେ କିଛି ଯନ୍ତ୍ରଣା ରୁ ଦୁଃଖ ଅନୁଭବ କରିବେ । ବ୍ୟବସାୟୀ ମାନଙ୍କର ହାତକୁ ଆସୁଥିବା ଜିଲ୍, ପଳେଇ ଯାଇପାରେ । ଧର୍ଯ୍ୟ ନ ହରାଇ ପୁନଃ ଚେଷ୍ଟା କରି ପାଇପାରିବେ ।
ଧନୁ
ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜିର ଦିନଟି ଭଲ ରହିବ, ଭାବୁଥିବା ବା ଅଧା ରହିଯାଇଥିବା କାର୍ଯ୍ୟ ପରିପୂର୍ଣ ହେବ । ରୋଗୀ ମାନେ ଅସାଧ୍ୟ ରୋଗ ରୁ ମୁକ୍ତ ହୋଇ ସାମାନ୍ୟ ସୁସ୍ଥ ଅନୁଭବ କରିବେ । ମା ମା ଦୁର୍ଗା ଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ।
ମକର
ଚାଷୀ ମାନେ ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।କୀଟ ନାଶକର ସଠିକ ସମୟରେ ବ୍ୟବହାର କରନ୍ତୁ । କର୍ମଜୀବି ମାନେ କାର୍ଯ୍ୟ ରେ ବ୍ୟସ୍ତ ରହିବେ କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
କୁମ୍ଭ
ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ, ପୁରା ଦିନ ବ୍ୟସ୍ତତା ମଧ୍ୟରେ କଟିବ ଧିରସ୍ଥିର ହୋଇ ସଂଯମତା ରଖି କଥା କୁହନ୍ତୁ, ପୁରା ଦିନ ସତର୍କ ରୁହନ୍ତୁ । ରୋଗୀ ମାନେ ରୋଗରୁ ମୁକ୍ତ ହୋଇପାରନ୍ତି ବ୍ୟାୟାମ କରିବା ଉଚିତ ।
ମୀନ
ଦିନଟି ବହୁତ ଭଲରେ କଟିବ, ପ୍ରତ୍ୟେକଟି କ୍ଷେତ୍ରରେ ସଫଳତା ମିଳିବ ନିଜ କାମ ଓ ବ୍ୟବହାରକୁ ନେଇ ମାନସମ୍ମାନ ମିଳିବ, ମନରେ ଥିବା ଇଛା ପୂରଣ ହେବ ଶୁଭ କାର୍ଯ୍ୟ ଶୁଭାରମ୍ଭ କରିପାରନ୍ତି, ବାଣିଜ୍ୟ,ବ୍ୟବସାୟରେ ଲାଭବାନ ରହିବେ ମହିଳାମାନେ ପୁରା ଦିନ ହସଖୁସିରେ କଟିବ କୌଣସି ମହିଳାଙ୍କୁ କିଛି ଉପହାର ଦିଅନ୍ତୁ।