ଓମିକ୍ରନକୁ ନେଇ ଭୟର କୌଣସି କାରଣ ନାହିଁ: ମନ୍ତ୍ରୀ ନବ ଦାସ

ଭୁବନେଶ୍ବର, (ଓଡିଶା ଟାଇମ୍): ଓମିକ୍ରନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଅଭୟବାଣୀ ଶୁଣାଇଛନ୍ତି। ଓମିକ୍ରନ ନେଇ ଆଲୋଚନା ଚାଲିଛି, ଭୟର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। କିଏ କେଉଁଠୁ ଆସୁଛି ତଥ୍ୟ ଦେବାକୁ କେନ୍ଦ୍ରକୁ ଅନୁରୋଧ କରୁଛୁ। ହୁ ସଠିକ୍ ତଥ୍ୟ ଦେଇନି, ଓଡ଼ିଶା ପୂରା ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି।

ଓମିକ୍ରନ୍‌ ବିଷୟରେ ସବୁଠି ଆଲୋଚନା ଚାଲିଛି। ଓମିକ୍ରନ୍‌ ବିଷୟରେ ହୁ ଯ।ହା କହୁଛି, ଏଥିରେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଏହା ଉପରେ ଟିକା କେତେ ପ୍ରଭାବୀ, ତାହାର ଗବେଷଣା ମଧ୍ୟ ଚାଲିଛି। ଏଇ ମ୍ୟୁଟେସନ୍‌ର ଯୋଗୁଁ ମୃତ୍ୟୁ ହେଉନାହିଁ, କେତେ ମାତ୍ରାରେ ସଂକ୍ରମିତ ହେଉଛି, ତାହା ଉପରେ ଗବେଷଣା ଚାଲିଛି। ୫ରୁ ୭ ଦିନ ଭିତରେ ତାର ଗବେଷଣା ଓଡ଼ିଶା ସରକାରଙ୍କୁ ଜଣାଇବ।  କିନ୍ତୁ ଆମକୁ ସଚେତନ ହେବାର ଅଛି। ମାସ୍କ ପିନ୍ଧିବା, ହାତ ଭଲରେ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଉଚିତ୍।  ସମସ୍ତେ ଟିକା ନିଅନ୍ତୁ।

Leave a Reply

Your email address will not be published. Required fields are marked *