ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ : ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି

ଭୁବନେଶ୍ବର, (ଓଡିଶା ଟାଇମ୍): ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ବି ଗୃହ କାର୍ଯ୍ୟ ବାଧାପ୍ରାପ୍ତ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ମମିତା ମେହେର ହତ୍ୟା ମାମଲାକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ହୋହଲ୍ଲା କରାଯାଇଥିଲା । ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା ଓ ନାରାବାଜି କରିଥିଲେ ବିରୋଧୀ ।  ଫଳରେ ଗୃହକୁ ଦିନ ସାଢେ ୧୧ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପୁର୍ନବାର ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ କରିଥିଲେ ବିରୋଧୀ । ଫଳରେ ଗୃହକାର୍ଯ୍ୟ ଚାଲିପାରିଲା ନାହିଁ ।  ଫଳରେ ଗୃହକୁ ପୁର୍ନବାର ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ସେପଟେ ଗୃହ ବାହାରେ ବିରୋଧୀ ବିଜେପି ସଦସ୍ୟ ଅଭିନବ ପ୍ରତିବାଦ କରିଛନ୍ତି । ଗୃହକୁ ପବିତ୍ର କରିବାକୁ ଚାରିପାଖରେ ଗୋବର ପାଣି ଏବଂ ଗଙ୍ଗାଜଳ ଛିଞ୍ଚିଛନ୍ତି ବିଜେପି ସଦସ୍ୟ ।

Leave a Reply

Your email address will not be published. Required fields are marked *