ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବାକୁ ଚାହିଁ ବସିଥିଲେ, ଉଠାଇ ନେଲା ପୋଲିସ
(ଯାଜପୁର, ଓଡ଼ିଶା ଟାଇମ୍): ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବାକୁ ଜଗି ବସିଥିଲେ ବିଜେପି ଯୁବମୋର୍ଚ୍ଚା କର୍ମୀ । ଖବର ପାଇ ପୋଲିସ ଉଠାଇନେଲା । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ କଳାପତାକା ଦେଖାଇବା ସହ ଅଣ୍ଡା ମାଡ଼ କରିବାକୁ ପ୍ରସ୍ତୁତ ଥିବା ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଇଛି ପୋଲିସ। 64 ଟି ରୂପାନ୍ତରିତ ବିଦ୍ୟାଳୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନ୍ତ୍ରୀ ଆସିବାକୁ ଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ଅଣ୍ଡା ଓ କଳାପତାକା ଜବତ ହୋଇଥିବା ସୂଚନା ମିଳିଛି ।