୭୧ତମ ସମ୍ବିଧାନ ଦିବସରେ ସଂସଦର ସ୍ୱତନ୍ତ୍ର ସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା taim): ଦେଶରେ ଶୁକ୍ରବାର ସମ୍ବିଧାନ ଦିବସ ପାଳିତ ହୋଇଛି। ୭୧ତମ ସମ୍ବିଧାନ ଦିବସ ଅବସରରେ ସଂସଦ ଭବନ କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ସ୍ୱତନ୍ତ୍ର ସଭାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁ ଓ ଲୋକସଭା ବାଚସ୍ପତି ଓମ ବିରଳା ମଧ୍ୟ ଉପସ୍ଥିତ ଥିଲେ।

୨୬ ନଭେମ୍ବର ଦେଶର ସମ୍ବିଧାନ ଦିବସ। ତେବେ ଆଜିକୁ ୧୩ ବର୍ଷ ପୂର୍ବେ ଆଜିର ଦିନରେ ହୋଇଥିବା ମୁମ୍ବାଇ ୨୬/୧୧ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ମନେ ପକାଇବା ସହ ଆତଙ୍କବାଦୀଙ୍କ ଆକ୍ରମଣ ବିଫଳ କରିବା ଲାଗି କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଶହିଦ ସେନା ଜବାନ ଓ ପୋଲିସ କର୍ମଚାରୀଙ୍କ ବଳିଦାନକୁ ପ୍ରଧାନମନ୍ତ୍ରୀ ଆଦର ପୂର୍ବକ ନମନ କରୁଥିବା କହିଥିଲେ।

ପ୍ରଧାନମନ୍ତ୍ରୀ ସମ୍ବିଧାନ ଦିବସର ଗୁରୁତ୍ୱ ସମ୍ପର୍କରେ ମଧ୍ୟ କହିଥିଲେ। ଆମର ସମ୍ବିଧାନ କେବଳ ଧାରାମାନଙ୍କର ସଂଗ୍ରହ ନୁହେଁ ସହସ୍ର ବର୍ଷର ମହାନ ପରମ୍ପରା ଓ ଅଖଣ୍ଡ ଧାରାର ଆଧୁନିକ ଅଭିବ୍ୟକ୍ତି ବୋଲି କହିଛନ୍ତି। ଏଥିଲାଗି ବାବା ସାହେବ ଆମ୍ବେଦକର ଓ ଡା. ରାଜେନ୍ଦ୍ର ପ୍ରସାଦଙ୍କ ଭଳି ଦୂରଦର୍ଶୀ ନେତାଙ୍କ ପ୍ରତି ଆମର କୃତଜ୍ଞତା ବ୍ୟକ୍ତ କରିବାର ଦିନ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *