ଭୀମସାରରେ ପୁଣି ୧୬ ଛାତ୍ର-ଛାତ୍ରୀ କରୋନା ପଜିଟିଭ୍

ବୁର୍ଲା, (ଓଡିଶା ଟାଇମ୍): ବୁର୍ଲା ଭୀମସାର ମେଡିକାଲ କଲେଜରେ ପୁଣି ଚିହ୍ନଟ ହେଲେ୧୬ ଆକ୍ରାନ୍ତ। ଏହି ସମସ୍ତ ୧୬ ଜଣ ଏମବିବିଏସ ଛାତ୍ର-ଛାତ୍ରୀ ବୋଲି ଜଣା ପଡିଛି। ଏନେଇ  ବୁଧବାର ସୂଚନା ଦେଇଛନ୍ତି ଡିନ୍ ପ୍ରଫେସର ଜୟଶ୍ରୀ ଦୋରା। ଆକ୍ରାନ୍ତ ଛାତ୍ର-ଛାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇଛି। ଆଜିର ୧୬ ଜଣଙ୍କୁ ମିଶାଇ ଭୀମସାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ଘଟିଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ସମ୍ବଲପୁର ବୁର୍ଲା ଭୀମ୍‌ସାରରେ ଗତକାଲି ୨୧ ଜଣ ଛାତ୍ରୀ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି। କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ । ସେଠାରୁ ସଂକ୍ରମଣ ବ୍ୟାପିଥିବା ଅନୁମାନ କରାଯାଉଛି । ତେବେ ସଂକ୍ରମଣ ବୃଦ୍ଧି ପାଇବା ପରେ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଅଫଲାଇନ ପରୀକ୍ଷା ବାତିଲ ହୋଇଛି। ସମସ୍ତ ପରୀକ୍ଷା ଓ ପ୍ରାକ୍ଟିକାଲ ଅନଲାଇନ ମାଧ୍ୟମରେ ହେବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *