ରାଜ୍ୟରେ ୨୪୨ ନୂଆ କୋଭିଡ ସଂକ୍ରମିତ; ୩ ମୃତ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୨ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୩ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧାରୁ ୨ ଜଣ ଏବଂ ଗଞ୍ଜାମରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୪୧ ଓ ସ୍ଥାନୀୟ ସଂକ୍ରମିତ ୧୦୧ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୪୫ ଜଣ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି ।

ଅନୁଗୁଳରୁ ୧, ବାଲେଶ୍ୱର ୭, ବରଗଡ ୬, ଭଦ୍ରକ ୨, କଟକ ୧୮ ଓ ଜଗତସିଂହପୁରରେ ୩ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁର ୫, ଝାରସୁଗୁଡା ୧, କଳାହାଣ୍ଡି ୧, କେନ୍ଦ୍ରାପଡା ୪, ଖୋର୍ଦ୍ଧା ୧୨୦, କୋରାପୁଟ ୨, ମାଲକାନଗିରି ୨ ଓ ମୟୁରଭଞ୍ଜରେ ୨୪ ଜଣଙ୍କୁ ଚିହ୍ନଟ କରାଯାଇଛି । ନୟାଗଡ ୨, ନୂଆପଡା ୧, ପୁରୀ ୪, ସମ୍ବଲପୁର ୭, ସୁନ୍ଦରଗଡ ୪ ଓ ଷ୍ଟେଟପୁଲରୁ ୨୮ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୩୫୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୫୦୪ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।

Leave a Reply

Your email address will not be published. Required fields are marked *