ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଓଡିଆ ଚଳଚିତ୍ର ‘୨ ଚକୋଲେଟ୍‌’ ର ପ୍ରିମିୟର

ଭୁବନେଶ୍ବର, (ଓଡିଶା ଟାଇମ୍) : ୫ ନଭେମ୍ବର ୨୦୨୧ ଶୁକ୍ରବାରଠାରୁ ଓଡିଶାର ପ୍ରିମିୟମ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଓଡିଆ ଚଳଚିତ୍ର ୨ ଚକୋଲେଟ୍ ଷ୍ଟ୍ରିମିଙ୍ଗ ଆରମ୍ଭ କରାଯାଇଛି। ଏହା ଏକ ନୂତନ ପଦକ୍ଷେପ ଯେଉଁଠି ବଡ ବଜେଟ୍ ର ପିଲ୍ମକୁ ଓଟିଟି ମାଧ୍ୟମରେ ସାରା ବିଶ୍ୱର ଦର୍ଶକମାନେ ଦେଖିପାରିବେ । ଓଡିଆ ଚଳଚ୍ଚିତ୍ର ଜଗତର ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ସୁଶାନ୍ତ ମଣି ୨ ଚକୋଲେଟ୍ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି। ଚକଲେଟ୍ ଯେଉଁଭଳି ମିଠା ସେହିଭଳି କିଛି ମିଠା ମିଠା ସ୍ୱାଦକୁ ନେଇ ଏକ ପ୍ରେମ କାହାଣୀ ଜରିଆରେ ଭରପୁର ମନୋରଞ୍ଜନ ଦେବାପାଇଁ ଏହି ଚଳଚ୍ଚିତ୍ରରେ ଉଦ୍ୟମ କରାଯାଇଛି ।

ଦୁଇ ଜଣ ନବାଗତ କଳାକାର ଲୋହିତାନ୍ସ ଏବଂ ସ୍ୱପ୍ନାଙ୍କ ସହିତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ନିତୁ ସିଂ ଏବଂ ମୁମ୍ବାଇର ପ୍ରତିଷ୍ଠିତ କଳାକାର ଚିତ୍ତ ତ୍ରିପାଠୀ। କଞ୍ଚାଲଙ୍କା ଏକ ନୂଆ ଓଟିଟି ପ୍ଲାଟଫର୍ମ ଯେଉଁଠି ଓଡିଆ ଦର୍ଶକମାନେ ତାଙ୍କ ମନମୁତାବକ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖୁଛନ୍ତି। ଏଥିରେ ବିଭିନ୍ନ କାହାଣୀ ଯଥା କ୍ରାଇମ, ଥ୍ରିଲର, ରୋମାଣ୍ଟିକ, କମେଡି ଇତ୍ୟାଦି ବିଭିନ୍ନ ନୂଆ ନୂଆ ଚଳଚ୍ଚିତ୍ର ଓ ୱେବସିରିଜ୍ ପ୍ରସାରଣ କରାଯାଉଛି। ଦର୍ଶକମାନେ ବିନା ବିଜ୍ଞାପନରେ ଏବଂ ଇଂରାଜୀ ସବ୍ ଟାଇଟେଲ ସହିତ ଅଲଟ୍ରା ଏଚଡି କ୍ୱାଲିଟିର କାର୍ଯ୍ୟକ୍ରମ ଦେଖିପାରିବେ। ସେଥିପାଇଁ ଦର୍ଶକମାନଙ୍କର ସୁବିଧା ହିସାବରେ ବାର୍ଷିକ ୩୪୯ଟଙ୍କା, ୬ ମାସ ପାଇଁ ୨୪୯ଟଙ୍କା ଏବଂ ତିନିମାସ ପାଇଁ ୧୪୯ଟଙ୍କା ଦେବାକୁ ପଡିବ। ଏହି ଦେୟ ବିଭିନ୍ନ ଅନ୍‌ଲାଇନ୍ ପେମେଣ୍ଟ ମାଧ୍ୟମରେ କରାଯାଇ ପାରିବ।

ଭୁବନେଶ୍ୱରର ଏକ ହୋଟେଲରେ ଚଳଚ୍ଚିତ୍ର ୨ ଚକୋଲେଟର ପ୍ରମିୟର ସୋ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କଞ୍ଚାଲଙ୍କାର ସହ ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଅକ୍ଷୟ କୁମାର ପରିଜା କହିଛନ୍ତି ଯେ, “ଆମର ପୂର୍ବ ପ୍ରତିଷୃତି ଅନୁସାରେ ଆମ କଞ୍ଚାଲଙ୍କା ପ୍ଲାଟ୍‌ଫର୍ମରେ ଅନେକ ନୂଆ ଚଳଚ୍ଚିତ୍ର ଏବଂ ୱେବସିରିଜ୍ ଦେଇଛୁ । ୨ ଚକୋଲେଟ୍ ଭଳି ଚଳଚ୍ଚିତ୍ର ଆମ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ। ମୁଁ ଆଶା କରୁଛି ଯେ କଞ୍ଚାଲଙ୍କା ଓଡିଆ ମନୋରଞ୍ଜନ କ୍ଷେତ୍ରରେ ଏକ ବୌପ୍ଲବିକ ପରିବର୍ତ୍ତନ ଆଣିବ। ଏହି ଅବସରରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶୁଶାନ୍ତ ମଣି କହିଛନ୍ତି, ଯେ ୨ ଚକୋଲେଟ୍ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଦେବ ଏବଂ ଏହି ଚଳଚ୍ଚିତ୍ର ପ୍ରେମ କାହାଣୀର ସତେଜତା ଦର୍ଶକ ମାନଙ୍କ ମନକୁ ଛୁଇଁବ। ମୋର ଏହି ଚଳଚ୍ଚିତ୍ରକୁ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥିବାରୁ ମୁଁ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାକୁ ଧନ୍ୟବାଦ ଦେଉଛି ।

Leave a Reply

Your email address will not be published. Required fields are marked *