ନବରଙ୍ଗପୁରରେ ଦାୟିତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ

ନବରଙ୍ଗପୁର, (ଓଡିଶା ଟାଇମ୍ଓ ): ସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓଏଏସ ଅଧିକାରୀ ଡ଼ଃ କମଳ  ଲୋଚନ ମିଶ୍ର ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ହେବା ପରେ ଆଜି ନବରଙ୍ଗପୁରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡ଼ଃ ମିଶ୍ର ନବରଙ୍ଗପୁରରେ ପହଞ୍ଚିବା ପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀଙ୍କ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଡ଼ଃ ମିଶ୍ର ଜିଲ୍ଲା କାର୍ୟ୍ୟାଳୟରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ସହିତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ନବରଙ୍ଗପୁର ଜିଲ୍ଲାର ସାମଗ୍ରିକ ବିକାଶ ତାଙ୍କ ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ଡଃ ମିଶ୍ର  ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *