ସମୁଦ୍ର ତଳୁ ମିଳିଲା ୨ ହଜାର ବର୍ଷ ପୁରୁଣା ‘ପାର୍ଟି ସିଟି
ନୂଆଦିଲ୍ଲୀ, (ଓଡିଶା ଟାଇମ୍):ସ୍କୁବା ଡାଇଭିଂ ସମୁଦ୍ରରେ ୨୦୦୦ ବର୍ଷ ପୁରୁଣା ପାର୍ଟି ସିଟି ଖୋଜି ବାହାର କରିଛନ୍ତି। ଏହି ପାର୍ଟି ସିଟି ବିଷୟରେ ଜାଣିବା ପରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମୁଦ୍ର ତଳେ ମିଳିଥିବା ଏହି ପାର୍ଟି ସିଟିକୁ ରୋମାନ ସମୟର ବୋଲି କୁହାଯାଉଛି। ଏହି ପାର୍ଟି ସିଟିରେ ଏହିପରି ଅନେକ ପ୍ରମାଣ ମିଳିଛି ଯାହା ଦର୍ଶାଉଛି ଯେ ଆହା ହଜାରେ ବର୍ଷ ପୁରୁଣା। ଆସନ୍ତୁ ଜାଣିବା ସମୁଦ୍ର ତଳେ ମିଳିଥିବା ଏହି ଏହି ପାର୍ଟି ସିଟି ବିଷୟରେ।
ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇଟାଲୀର ୟୁରୋପୀୟ ଦେଶ Baiae ନିକଟରେ ସମୁଦ୍ରରେ ବୁଡ଼ି ଯାଇଥିବା ୨,୦୦୦ ବର୍ଷ ପୁରୁଣା ଏହି ପାର୍ଟି ସିଟି ଦେଖିବାକୁ ମିଳିଛି। ଏହି ପାର୍ଟି ସିଟିକୁ ରୋମାନ ସମୟର ବୋଲି କୁହାଯାଉଛି। ବିଶ୍ୱାସ କରାଯାଏ ଯେ ରୋମାନ ସମୟର ଶକ୍ତିଶାଳୀ ଲୋକମାନେ ଏହି ପାର୍ଟି ସିଟିରେ ପାର୍ଟି କରୁଥିଲେ। ଏଠାରେ ବିଳାସପୂର୍ଣ୍ଣତା ପାଇଁ ସମସ୍ତ ବ୍ୟବସ୍ଥା ଥିଲା।
କୁହାଯାଉଛି ଯେ ସମୁଦ୍ର ତଳେ ମିଳୁଥିବା ପାର୍ଟି ସିଟି ସେହି ସ୍ଥାନ ଯେଉଁଠାରେ ସିନେଟର ଗାୟସ୍ କାଲପର୍ନିୟସ୍ ପିସୋ, ସମ୍ରାଟ ନେରୋଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ ସମ୍ରାଟ ଅଗଷ୍ଟସ୍, ସମ୍ରାଟ ନେରୋ, ସମ୍ରାଟ କାଲିଗୁଲାଙ୍କ ମହଲ Baiae ରେ ଥିଲା, ଯାହା ସମୁଦ୍ରରେ ଦେଖିବାକୁ ମିଳିଛି।