ଦୀପାବଳି ପରେ ଖୋଲିବ ସ୍କୁଲ୍, କ୍ଲାସରୁମ୍ ପାଠପଢା ଖୁବଶୀଘ୍ର ଫେରିବ
ଭୁବନେଶ୍ବର,(ଓଡ଼ିଶା ଟାଇମ୍):– ଦୀପାବଳି ପରେ ଖୋଲିବାକୁ ଯାଉଛି ରାଜ୍ୟର ସମସ୍ତ ସ୍କୁଲ୍ । ଆଜି ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରୁଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯିବ ବୋଲି ସେ କହିଛନ୍ତି ।
ଖୋଲିବାକୁ ଯାଉଛି ପ୍ରଥମରୁ ସପ୍ତମ ଶ୍ରେଣୀ । ପିଲାମାନଙ୍କ ମଧ୍ୟରେ କ୍ଲାସରୁମ୍ ପାଠପଢାର ଆଗ୍ରହ ବଢୁଥିବାରୁ ଏଦିଗରେ ଗଣଶିକ୍ଷା ବିଭାଗ ବିରାଚ କରୁଥିବା ସେ ସୂଚନା ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉପଦେଶ ଲୋଡିବା ପରେ ଯାଇ କିଛି ନିଷ୍ପତ୍ତି ନିଆଯିବ । ପୂର୍ବରୁ ଖୋଲିଥିବା ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । ଅନୁରୂପ ଭାବେ ଅନ୍ୟ ଶ୍ରେଣୀ ଗିଡିକ ଖୋଲିବ ବୋଲି ମଧ୍ୟ ମନ୍ତ୍ରୀ ଦାସ ସୂଚନା ଦେଇଛନ୍ତି ।