ଆରପାରିରେ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ୟୁସୁଫ୍ ହୁସେନ୍

ମୁମ୍ବାଇ, (ଓଡିଶା ଟାଇମ୍):ବଲିଉଡ ଚଳଚ୍ଚିତ୍ରରେ ସପୋର୍ଟିଂ ଭୂମିକାରେ ଅଭିନୟ କରିଥିବା ତଥା ଅନେକ ଟିଭି ଜଣାଶୁଣା ଚେହେରା ବା ଭେଟେରାନ୍ ଅଭିନେତା ୟୁସୁଫ୍ ହୁସେନ୍‌ଙ୍କ ପରଲୋକ।  ଗତ କାଲି ତାଙ୍କର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ଲୀଳାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।

ୟୁସୁଫ ହୁସେନଙ୍କ ଜ୍ୱାଇଁ ତଥା ଡାଇରେକ୍ଟର ହଂସଲ ମେହେତା ଏ ସମ୍ପର୍କରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇ ଗଭୀର ଶୋକ ପ୍ରକଟ କରିଛନ୍ତି। ଶ୍ୱଶୁରଙ୍କୁ ହରାଇବା ପରେ ହନସଲ ମେହେତା ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଶଶୁରଙ୍କ ସହ ବିତାଇଥିବା ସମସ୍ତ ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି। ଏନେଇ ହଂସଲ ମେହେତା ଟ୍ୱିଟ କରିଛନ୍ତି, ମୋ ଶ୍ୱଶୁର ତଥା ବାପା ସମାନ ଜଣାଶୁଣା ପ୍ରଡ୍ୟୁସର ତଥା ଆକ୍ଟର ୟୁସୁଫ ହୁସେନଙ୍କ ଦେହାନ୍ତ ହୋଇଯାଇଛି। ମୁଁ ସତରେ ଅନାଥ ହୋଇଗଲି। ଜୀବନ ଆଉ ଆଗ ପରି ରହିବ ନାହିଁ। ଗତ ରାତି ୩ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କ ମୃତ୍ୟୁ ବିଷୟରେ ସୂଚନା ସାମ୍ନାକୁ ଆସିବା ମାତ୍ରେ ବଲିଉଡ ତାରକାମାନେ ତାଙ୍କୁ ସମବେଦନା ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଅଭିନେତ୍ରୀ ପୂଜା ଭଟ୍ଟ, ଅଭିନେତା ଅଭିଷେକ ବଚ୍ଚନ, ମନୋଜ ବାଜପେୟୀ ଏହି ଅଭିନେତାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି।

ୟୁସୁଫ ହୁସେନ ଟେଲିଭିଜନ ଜଗତରେ ସଫଳତା ପାଇବା ପରେ ୨୦୦୨ ମସିହାରେ ବଲିଉଡରେ ପାଦ ଥାପିଥିଲେ। ‘ଅବ କେ ବରଷ’ ଫିଲ୍ମ ଜରିଆରେ ସେ ବଡ଼ ପରଦାରେ ଏଣ୍ଟ୍ରି କରିଥିଲେ। ଏହାପରେ ସେ  ରଇସ୍, ଧୁମ୍-୨, ଦିଲ୍ ଚାହାତା ହେ, ରାଜ୍, ସାହିଦ୍, ଓଃ ମାଇ ଗଡ୍, ଦବଙ୍ଗ-୩  ଆଦି ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ି ଦେଇଛନ୍ତି। ଏଥି ସହିତ ଟିଭିରେ ସେ ‘ସିଆଇଡି’, ‘କୁମ୍କୁମ୍’, ଭଳି ସିରିଏଲରେ ମଧ୍ୟ ଅଭିନୟ କରିଥିଲେ।

Leave a Reply

Your email address will not be published. Required fields are marked *