ଦିଲ୍ଲୀର ପୁରୁଣା ସେମାପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ ; ୪ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦିଲ୍ଲୀର ପୁରୁଣା ସେମାପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳେ ଏକ ତିନି ମହଲା କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ଖବର ମିଳିଛି। ତେବେ ଅଗ୍ନିକାଣ୍ଡ କିପରି ଘଟିଛି ତାହା ଏପର୍ୟ୍ୟନ୍ତ ଜଣା ପଡିନାହିଁ। ବିଲ୍ଡିଂର ତୃତୀୟ ମହଲା କୋଠରୀରୁ ସମସ୍ତ ମୃତଦେହ ଜବତ କରିଥିବା ପୁଲିସ କହିଛି। ଦିଲ୍ଲୀ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମଙ୍ଗଳବାର ଭୋର ୪ଟା ସମୟରେ ନିଆଁ ଲାଗିବା ନେଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ ଓ ଅନ୍ୟ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘରର ତୃତୀୟ ମହଲାର ଏକ କୋଠରୀରେ ସମୁଦାୟ ଚାରିଟି ମୃତଦେହ ମିଳିଥିଲା। ସମସ୍ତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Leave a Reply

Your email address will not be published. Required fields are marked *