ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ସମ୍ବଲପୁର, (ଓଡିଶା ଟାଇମ୍): ଆଜି୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ। ମମିତା ମେହେର ହତ୍ୟା ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବନ୍ଦ ଡାକରା ଦେଇଛି ବିଜେପି ।

ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ସକାଳୁ ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି। ସେହିପରି ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ପିକେଟିଂ କରାଯାଉଛି ।
ସେପଟେ ମମିତା ମେହେର ହତ୍ୟାର ନିରପେକ୍ଷ ତଦନ୍ତ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ଡିଜିପି ଅଫିସ ଘେରାଉ କରିବ ଯୁବ କଂଗ୍ରେସ। କଟକ ସମାଜ ଅଫିସ ନିକଟସ୍ଥ ଗୋପବନ୍ଧୁ ଛକରୁ ରାଜ୍ୟ ଯୁବ କଂଗ୍ରେସର ଏକ ବିଶାଳ ଶୋଭାଯାତ୍ରା ବାହାରି ଡିଜିପି କାର୍ଯ୍ୟାଳୟ ଘେରାଉ କରିବ ।

Leave a Reply

Your email address will not be published.