ପ୍ରକାଶ ପାଇଲା +୩ ସ୍ପଟ୍ ମେରିଟ୍ ଲିଷ୍ଟ୍
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟର ବିଭିନ୍ନ ସ୍ୱୟଂଶାସିତ ଓ ଡିଗ୍ରୀ କଲେଜରେ ଖାଲିଥିବା ଯୁକ୍ତ ତିନି ସିଟ୍ରେ ନାମଲେଖା ପାଇଁ ଶନିବାର ସ୍ପଟ୍ ମେଧା ତାଲିକା ପ୍ରକାଶ ପାଇଛି । କଲେଜ ନୋଟିସ୍ ବୋର୍ଡରେ ମେଧା ତାଲିକା ପ୍ରକାଶ କରାଯାଇଛି । ସୋମବାର ଆପ୍ଲିକାଣ୍ଟ ଲଗ୍ଇନ୍ରେ ଏହା ଦେଖାଇବ । ଆସନ୍ତାକାଲିଠୁ ୨୭ ତାରିଖ ଭିତରେ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଫି’ ଦାଖଲ କରିବେ । ୨୭ ଓ ୨୮ ତାରିଖ ନାମଲେଖା ହେବ । ପରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ କଲେଜ ପକ୍ଷରୁ ଇ-ସ୍ପେସ୍ରେ ଡାଟା ଅପଡେଟ୍ କରାଯିବ ।