ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଲଖିମ୍ପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ । ଜେଲରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ଆଶିଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ଜେଲ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି । ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ପୋଲିସ ହେପାଜତରେ ଅଛନ୍ତି ।
ଉତ୍ତରପ୍ରଦେଶର ଲଖିମ୍ପୁର ଖେରୀର ଟିକୋନିଆରେ ବିରୋଧ କରୁଥିବା ଚାଷୀଙ୍କ ଉପରେ କାର ଚଢାଇବା ହିଂସା ଘଟଣାରେ କୋର୍ଟ ଆଶିଷଙ୍କୁ ପୋଲିସ ହେପାଜତକୁ ପଠାଇଥିଲେ । ଖେରୀ ହିଂସା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ସମେତ ଚାରିଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ ପୋଲିସ ହେପାଜତକୁ ପଠାଇଛି । ସମସ୍ତଙ୍କ ରିମାଣ୍ଡ ଅବଧି ଆଜି ଅପରାହ୍ନରେ ଶେଷ ହେବ । ଗତ ଅକ୍ଟୋବର ୯ରେ ଆଶିଷଙ୍କୁ ଗିରଫ କରାଯାଇଥିଲା । ଅକ୍ଟୋବର ୩ ରେ ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଟିକୁନିଆ ଅଞ୍ଚଳରେ ହୋଇଥିବା ହିଂସାରେ ଚାରି ଜଣ ଚାଷୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଏପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷଙ୍କ ସମେତ ୧୩ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।