ଟିକାକରଣରେ ଭିଆଇପି କଲଚରକୁ ବାଦ୍ ରଖାଯାଇଛି: ପିଏମ୍ ମୋଦି

ନୂଆଦିଲ୍ଲୀ,(ଓଡ଼ିଶା ଟାଇମ୍): ଗୁରୁବାର ସୁଦ୍ଧା ଦେଶରେ ଟିକକରଣ(VACCINATION) ଶହେ କୋଟି ଛୁଇଁଛି । ଏହି ଉପଲବ୍ଧି ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି(PM MODI) ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ରଖି ଏହା ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି । ସେ କହିଛନ୍ତି ଯେ ଟିକାକରଣ କାର୍ଯ୍ୟକ୍ରମକୁ ଭିଆଇପି ସଂସ୍କୃତି(VIP CULTURE) ନିୟନ୍ତ୍ରଣାଧୀନ କରାଇଦେଇ ନାହୁଁ ଏବଂ ସମସ୍ତ ଦେଶବାସୀଙ୍କ ପ୍ରତି ସମାନତା ଆଚରଣ(SIMILARITY) ଅବଲମ୍ବନ କରାଯାଇଛି । ଯେଉଁଥିପାଇଁ କୋରୋନା ବିରୋଧୀ ଲଢେଇରେ(FIGHT AGAINST CORONA) ଆଜି ଭାରତ ଏ ଉପଲବ୍ଧି ପାଇ ପାରିଛି । ଆଜି ଜାତି ଉଦ୍ଦେଶ୍ୟରେ ପୂର୍ବାହ୍ନ ୧୦ଟାରେ ସମ୍ବୋଧନ ରଖି ଏଭଳି କହିଛନ୍ତି ପିଏମ୍ ମୋଦି । 

ଅଭିଭାଷଣ ଆରମ୍ଭରେ ପିଏମ୍ ମୋଦି କହିଥିଲେ ଯେ କୋରୋନା ଭାଇରସ ଟିକାକରଣରେ ଶହେ କୋଟିର ଏ ଉପଲବ୍ଧି କେବଳ ଏକ ପରିସଂଖ୍ୟାନ ନୁହେଁ ନୂଆ ଭାରତ ସଂକଳ୍ପର ଏକ ସଙ୍କେତ । କୋରୋନା ଲଢେଇର ପ୍ରଥମାର୍ଦ୍ଧରେ ଚାଲିଥିବା ସଂଘର୍ଷ ବିଷୟରେ ପିଏମ୍ ମୋଦି କହିଥିଲେ ତାଳି ଥାଳିଠୁ ଆରମ୍ଭ କରି ସଦ୍ୟତମ ସଫଳତା ଦର୍ଶାଉଛି ଯେ ଏହି ସଂଗ୍ରାରେ ଦେଶବାସୀ ଏକାଠି ଆଗକୁ ଆସିଛନ୍ତି । ୧୩୦ କୋଟି ଜନତାଙ୍କ ପ୍ରଚେଷ୍ଟାବଳରେ କୋଭିଡ ଦମନ ଅଭିଯନରେ ଆମ ଦେଶ ସଫଳ ହଇପାରିଛି । ଏହା ଦେଶବାସୀଙ୍କ ସଫଳତା ବୋଲି କହିଛନ୍ତି ପିଏମ୍ ମୋଦି । ଏଥି ପାଇଁ ସମସ୍ତଙ୍କୁ ସେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । 

ସମଗ୍ର ବିଶ୍ବର ଦେଶମାନେ ଆମକୁ ପ୍ରଶଂସା କରୁଥିବା ବେଳେ ଅଧିକାଂଶ ଦେଶ କେବେବି କଳ୍ପନା କରିପାରିବେ ନାହିଁ ଯେ ଆମେ କିଭଳି ଏ ଅଭିଯାନ ଆରମ୍ଭ କରିଥିଲୁ । ଦିନ ଥିଲା ଆମେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲୁ । ସେତେବେଳେ ଅନେକ ସନ୍ଦେହ ଥିଲା । ଆମେ ଟିକା କ୍ରୟ କରିପାରିବୁ କି ନାହିଁ , ଲୋକଙ୍କ ନିକଟରେ ସୁବିଧାରେ ଟିକା ପହଞ୍ଚାଇବା ଏକ ଚ୍ୟାଲେଞ୍ଜ ଥିଲା । ମହାମାରୀକୁ ପରାହତ କରିବାକୁ ଆମେ ଯଥାଶୀଘ୍ର ଟିକା ଦେବାକୁ ସମର୍ଥ ହୋଇପାରିବୁ କି ନାହିଁ । ଆଉ ଆଜିର ଏ ସମୟ ସମସ୍ତ ସଙ୍କୋଚକୁ ସମାଧାନ କରିଦେଇଛି । ଫାର୍ମାହବ୍ ବା ଔଷଧୀୟ ନାଭିଚକ୍ର ଭାବେ ଆମର ସ୍ଥିତି ସୁଦୃଢ ହୋଇଛି । ଆଜିର ଦିନ ହେଉଛି ସବକା ସାଥ୍, ସବକା ପ୍ରୟାସର ଜୀବନ୍ତ ଉଦାହରଣ । 

Leave a Reply

Your email address will not be published.