ହାତ ଛାଡିଲେ ପ୍ରଦୀପ ମାଝି
ଭୁବନେଶ୍ବର, (ଓଡିଶା ଟାଇମ୍): କଂଗ୍ରେସକୁ ଲାଗିଲା ଶକ୍ତ ଝଟକା । ଦଳ ଛାଡ଼ିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ । ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ଅତି ଦୁଃଖ ଓ କଷ୍ଟର ସହ ନିଷ୍ପତ୍ତି ନେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହା ସହ କାମ କରିବାକୁ ସୁଯୋଗ ଦେଇଥିବାରୁ କଂଗ୍ରେସକୁ ପ୍ରଦୀପ ଧନ୍ୟବାଦ ଦେଇଛନ୍ତି ।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଦୀପଙ୍କ ସାକ୍ଷାତକାର ବିଷୟକୁ ନେଇ ଆଲୋଚନା ହୋଇଥିଲା । ତେବେ ଆନୁଷ୍ଠାନିକ କାର୍ଯ୍ୟକାରୀ ହେବା ବାକି ଥିଲା ବୋଲି ଚର୍ଚ୍ଚା ବି ହେଉଥିଲା । ପ୍ରଦୀପଙ୍କ ଅନେକ ସମର୍ଥକ ଏହି ଖବର ସତ୍ୟ ବୋଲି କହି ବୁଲୁଥିଲେ । ଏଣୁ ଚର୍ଚ୍ଚା ମିଛ ହୋଇନପାରେ ବୋଲି ରାଜନୀତି ମହଲରୁ ଶୁଣିବାକୁ ମିଳୁଥିଲା ।
ଏଭଳି ସସ୍ପେନ୍ସ ଉପରୁ ପରଦା ହଟୁନଥିବାବେଳେ ତୃଣମୂଳସ୍ତରର କର୍ମୀମାନେ ପ୍ରଦୀପଙ୍କୁ ଫୋନ୍ କରି ନୟାନ୍ତ କରୁଥିଲ । ହେଲେ ପ୍ରସଙ୍ଗକୁ ପ୍ରଦୀପ ଦୃଢ଼ତାର ସହ ଖଣ୍ଡନ କରୁଥିଲେ । ଏବେ ସବୁ ସସପେନ୍ସରେ ପଡିଛି ପୂର୍ଣ୍ଣଛେଦ । ସେ ବିଦ୍ଧିବଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତେବେ ସେ ବିଜେଡିରେ ମିଶିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।