ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌, ଜରିମାନା

କଟକ, (ଓଡିଶା ଟାଇମ୍):ଦୁଷ୍କର୍ମକାରୀକୁ ୨୦ ବର୍ଷ ସଜ୍ଜା । ଏଥିସହ ୧୦ ହଜାର ଟଙ୍କାର ଜରିମାନା ପାଇଁ ନିର୍ଦ୍ଦେଶ । ଏକ ଦୁଷ୍କର୍ମ ମାମଲାର ଶୁଣାଶି କରି ସ୍ଵତନ୍ତ୍ର ପୋକ୍ସୋ କୋର୍ଟ କଟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ପାଇଁ କୋର୍ଟ ରାୟରେ କହିଛନ୍ତି ।

ସୂଚନା ଅନୁସାରେ, ୨୦୧୯  ଏପ୍ରିଲ ମାସରେ କଟକ ସ୍ଥିତ ଲାଲବାଗ ଅଞ୍ଚଳରେ ଏକ ଦୁଷ୍କର୍ମ ଘଟଣା ଘଟିଥିଲା । ଜଣେ ୯ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ହେବା ନେଇ ଏତଲା ହୋଇଥିଲା । ଏହାର ବିଚାର କରି ଅଭିଯୁକ୍ତ ଦେବେନ୍ଦ୍ର ସାମଲକୁ ସଜ୍ଜା ଶୁଣାଇଛନ୍ତି ଅଦାଲତ ।

Leave a Reply

Your email address will not be published.