ଆଜିଠୁ ଗଜଲକ୍ଷ୍ମୀ ପୂଜା, ପରଦା ଆଢ଼ୁଆଳରେ ମା’ଙ୍କ ପୂଜା

ଭୁବନେଶ୍ବର, (ଓଡିଶା ଟାଇମ୍): ମଙ୍ଗଳବାର ଗଜଲକ୍ଷ୍ମୀ ପୂଜା । ଧନଦାତ୍ରୀଙ୍କ ପୂଜା ପାଇଁ ଖୋର୍ଦ୍ଧା ସହରରେ ଚାଲିଛି ଜୋରଦାର ପ୍ରସ୍ତୁତି । କୋଭିଡ କଟକଣାରେ ଏଥର ସହରରେ ୩୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ମା’ । ସେପଟେ ମାଙ୍କର ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ।
ବିଦାୟ ନେଲେ ଜଗତଜନନୀ, ଧରାବତରଣ କରିବେ ଧନଦାତ୍ରୀ । ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଖୋର୍ଦ୍ଧା ସହରରେ ଜୋରଦାର ପ୍ରସ୍ତୁତି । ସହରର ୩୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ମହାଲକ୍ଷ୍ମୀ । କିନ୍ତୁ ପୂର୍ବ ବର୍ଷ ଭଳି ଆଡମ୍ବର ନୁହେଁ ପରମ୍ପରା ରକ୍ଷା ପାଇଁ କୋଭିଡ କଟକଣାରେ ପୂଜା ଅନୁଷ୍ଠିତ ହେବ । ଶ୍ରଦ୍ଧାଳୁଙ୍କୁ ମଣ୍ଡପ ମନା । କେବଳ ପୂଜା କମିଟି ସଦସ୍ୟଙ୍କ ଉପସ୍ଥିତିରେ ହେବ ଗଜଲକ୍ଷ୍ମୀ ପୂଜା । ଆହୁରି ମଧ୍ୟ ହାତରେ ସମୟ କମ୍ । ତେଣୁ କାରିଗରଙ୍କ ହାତକୁ ଫୁରସତ ନାହିଁ । ଗୁରୁଜଙ୍ଗ ମାଳିସାହିରେ କୋଭିଡଜ କଟକଣା ଅନୁଯାୟୀ ୪ ଫୁଟ ଭିତରେ ମୂର୍ତ୍ତି ନିର୍ମାଣ କରାଯାଉଛି । ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ । ଲଘୁଚାପ ବର୍ଷା କିନ୍ତୁ ମୂର୍ତ୍ତି ନିର୍ମାଣରେ ବାଧକ ସାଜିଛି । ତଥାପି ସମୟ ଭିତରେ ପୂଜା ମଣ୍ଡପକୁ ମୂର୍ତ୍ତି ହସ୍ତାନ୍ତର କରାଯିବ । ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳକୁ ଏଠାରୁ ମୂର୍ତ୍ତି ଯାଇଥାଏ ।

ସେହିପରି ମଙ୍ଗଳବାରଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜ ଲଷ୍ମୀ ପୂଜା । କୋଭିଡ କଟକଣା ମଧ୍ୟରେ ୩୮ଟି ମଣ୍ଡପରେ ପୂଜା ପାଇଁ ଚାଲିଛି ପ୍ରସ୍ତୁତି । ୧୧ ଦିନ ଧରି ପୁରା ରୀତିନୀତିରେ ଚାଲିବ ମାଆଙ୍କ ଆରାଧନା । ହେଲେ ଚଳିତ ବର୍ଷ ବି କୋଭିଡ କଟକଣା ପାଇଁ ସହରବାସୀଙ୍କ ମନ ଉଣା ରହିଛି । କରୋନା ପୂଜାକୁ ଫିକା କରିଦେଇଛି ।

Leave a Reply

Your email address will not be published. Required fields are marked *