ରାଜଧାନୀରେ ପୁଣି ବେକାବୁ ପ୍ରଦୂଷଣ, ଗାଜିଆବାଦ ବିଶ୍ବର ସବୁଠୁ ପ୍ରଦୂଷିତ ସହର
ଶନିବାର ସୁଦ୍ଧା ଗାଜିଆବାଦରେ ପ୍ରଦୂଷଣ ହାର ବହୁତ ତଳକୁ ଖସି ଆସିଛି । ଅତି ଖରାପ ପରିସ୍ଥିତିକୁ ଖସି ଗାଜିଆବାଦର ଏୟାର କ୍ବାଲିଟି ଇଣ୍ଡେକ୍ସ(Airquality Index) ୩୪୯ରେ ପହଞ୍ଚିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ବାୟୁ ଗୁଣାତ୍ମକ ସୂଚକାଙ୍କ ବା ଏୟାର କ୍ବାଲିଟି ଇଣ୍ଡେକ୍ସ(Airquality Index) ଏତେ ମାତ୍ରାରେ ତଳକୁ ଖସିଛି । ସିପିସିବି(CPCB)ର ତଥ୍ୟ ଅନୁସାରେ ୧୩୦ ତାଲିକା ଭୁକ୍ତ ଦେଶ ମଧ୍ୟରେ ଗାଜିଆବାଦ ସହରର ବାୟୁ ସବୁଠୁ ଅଧିକ ପ୍ରଦୂଷିତ । ଯାହା ଭାରତ ପାଇଁ ଆଗକୁ ଏକ ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିପାରେ । ୟୁପିପିସିବି(UPPCB) ଏଥି ପାଇଁ ଦଶହରାର ବାଣଫୁଟା ସହ ରାବଣପୋଡ଼ିକୁ ସିଧାସିଧା ଦାୟୀ କରିଛନ୍ତି । ପାରିପାର୍ଶ୍ବିକ ପାଣିପାଗ ଏବଂ ଆଞ୍ଚଳିକ ଘଟଣାକ୍ରମ ଗୁଡ଼ିକ ଯୋଗୁଁ ବାୟୁର ମାନ ଏତେ ମାତ୍ରାରେ ତଳକୁ ଖସିଥିବା ୟୁପିପିସିବି(UPPCB)ର ରିଜିଓନାଲ ଅଫିସର ସୂଚନା ଦେଇଛନ୍ତି । ଦଶହରାରେ ଉଲ୍ଲସିତ ହୋଇ ଲୋକ ମାନେ ଅତ୍ୟଧିକ ମାତ୍ରାରେ ବାଣ ଫୁଟାଇବା ଦ୍ବାରା ଏବଂ ରାବଣପୋଡ଼ି ପାଳିବା ଦ୍ବାରା ଏ ସ୍ଥିତି ଉପୁଜିଥିବା ସେ ସୂଚନା ଦେଇଛନ୍ତି । ଏସବୁ ବ୍ୟତୀତ କିଛି କିଛି ସ୍ଥାନରେ ଅଳିଆ ଆବର୍ଜନା ଗୁଡ଼ିକୁ ଓପନ ଏୟାର(Open Air)ରେ ଜାଳିଦେବାରୁ ସେଥିରୁ ନିର୍ଗତ ହେଉଥିବା ଧୂଆଁ ଯୋଗୁଁ ବାୟୂପ୍ରଦୂଷଣ ବୃଦ୍ଧି ପାଇଛି ।