ରାଜଧାନୀରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମଣିଷର କଟା ହାତ ଏବଂ ଗୋଡ଼

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜଧାନୀ ଭୁବନେଶ୍ୱରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ୟୁନିଟ୍‌-୩ ସ୍ଥିତ ଖାରବେଳ ନଗରର ଏକ ଅଳିଆ ଗଦାରୁ ମିଳିଛି ମଣିଷ ହାତ ଏବଂ ଗୋଡ଼ । ମଶିଷର ଖଣ୍ଡ ବିଖଣ୍ଡିତ ଶରୀର ମଧ୍ୟ ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ଏନେଇ ଖାରବେଳ ନଗର ପୋଲିସ୍‌ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *