କୋଭିଡ ରିପୋର୍ଟ ନେଗେଟିଭ ଆସିବା ପରେ ନର୍ମାଲ୍ ଜେଲକୁ ସିଫ୍ଟ ହେଲେ ଆର୍ଯ୍ୟାନ୍

ମୁମ୍ବାଇ, (ଓଡିଶା ଟାଇମ୍): ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ୫ ଅଭିଯୁକ୍ତଙ୍କର ବୁଧବାର ଦିନ କୋଭିଡ ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ନକାରାତ୍ମକ ଆସିଛି। ଆର୍ଥର ରୋଡ ସେଣ୍ଟ୍ରାଲ ଜେଲରେ ରହୁଥିବା ଆର୍ଯ୍ୟନ ଖାନ ଏବଂ ଅନ୍ୟ କଏଦୀମାନଙ୍କୁ ଆଜି କ୍ୱାରେଣ୍ଟାଇନ୍ ବ୍ୟାରେକରୁ ବାହାର କରି ସାଧାରଣ କଏଦୀଙ୍କ ମଧ୍ୟରେ ସ୍ଥାନାନ୍ତର କରାଯାଇଛି। ସମସ୍ତ କଏଦୀଙ୍କୁ ଘରର ପୋଷାକ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଆର୍ଥର ରୋଡ ସେଣ୍ଟ୍ରାଲ ଜେଲର ଅଧୀକ୍ଷକ ନିତିନ ଭାୟାଲ ଏହି ସୂଚନା ଦେଇଛନ୍ତି।

ଆର୍ଥର ରୋଡ ସେଣ୍ଟ୍ରାଲ ଜେଲର ଅଧୀକ୍ଷକ କହିଛନ୍ତି, ‘ସେମାନଙ୍କୁ ବାହାରୁ କିମ୍ବା ଘର ଖାଦ୍ୟ ଯୋଗାଇବାକୁ ଅନୁମତି ଦିଆଯାଇ ନାହିଁ, ତେଣୁ ଆର୍ଯ୍ୟନ୍ ଖାନ ଏବଂ ଅନ୍ୟ ଅଭିଯୁକ୍ତମାନେ ଜେଲର ଖାଦ୍ୟ ଖାଉଛନ୍ତି। ଆର୍ଯ୍ୟନ୍ କୁପନ୍ ରୁ ଜେଲ୍ କ୍ୟାଣ୍ଟିନରୁ ବିସ୍କୁଟ, ସ୍ନାକ୍ସ, ପାଣି ବୋତଲ ନେଇଛନ୍ତି। ଅନ୍ୟ ବନ୍ଦୀମାନଙ୍କ ପରି ଆର୍ଯ୍ୟନ୍ ଖାନ୍ ଏବଂ ଅଭିଯୁକ୍ତଙ୍କୁ କମ୍ବଳ ଏବଂ ଚାଦର ଦିଆଯାଇଛି।

Leave a Reply

Your email address will not be published. Required fields are marked *