ଆର୍ଯ୍ୟନ ମାନିଲେ; ୪ ବର୍ଷ ହେଲା ନିଶା ସେବନ କରୁଥିଲେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦୀର୍ଘ ୪ ବର୍ଷ ଧରି ଡ୍ରଗ୍ସ ସେବନ କରୁଥିଲେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ। ପଚରାଉଚରା ସମୟରେ ଏନ୍‌ସିବି ସମ୍ମୁଖରେ ଏହା ସ୍ବୀକାର କରିଛନ୍ତି ଆର୍ଯ୍ୟନ ଖାନ୍‌। ମୁମ୍ବଇରୁ ଗୋଆ ଯାଉଥିବା କ୍ରୁଜରେ ରେଭ୍‌ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ରବିବାର ଆର୍ଯ୍ୟନ୍‌ ଖାନ ଗିରଫ ହେବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କୁ ଲଗାତର ପଚରାଉଚରା ଜାରି ରଖିଛି। ପଚରାଉଚରା ବେଳେ କାନ୍ଦି ପକାଇଥିଲେ ଆର୍ଯ୍ୟନ। ସେ ବହୁ ନିଶା ବେପାରୀଙ୍କ ସହ ସମ୍ପର୍କରେ ଥିବା ମଧ୍ୟ ଜଣାପଡ଼ିଛି।

ଆର୍ଯ୍ୟନ କେବଳ ଭାରତରେ ନୁହେଁ ବରଂ ବିଦେଶରେ ଯେପରିକି, ୟୁକେ, ଦୁବାଇ ଏବଂ ଅନ୍ୟ ଦେଶରେ ମଧ୍ୟ ଡ୍ରଗ୍ସ ସେବନ କରିଛନ୍ତି ବୋଲି ପଚରାଉଚରା ସମୟରେ ଜଣାପଡ଼ିଛି। ଆର୍ଯ୍ୟନଙ୍କ ସହ ଗିରଫ ହୋଇଥିବା ଅରବାଜଙ୍କୁ ସେ ପ୍ରାୟ ୧୫ ବର୍ଷ ହେବ ଜାଣିଛନ୍ତି ଏବଂ ଉଭୟ ବହୁତ ପୁରୁଣା ବନ୍ଧୁ। ଏନସିବି ସୂତ୍ରରୁ ପ୍ରକାଶ ଯେ, ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଗିରଫ ହେବା ପରେ ଆଇନଗତ ପ୍ରକ୍ରିୟା ଅନୁସାରେ, ଏନସିବି ନିଜ ଲ୍ୟାଣ୍ଡଲାଇନ୍‌ ଫୋନ ଜରିଆରେ ଆର୍ଯ୍ୟନଙ୍କୁ ତାଙ୍କ ପିତା ଶାହରୁଖଙ୍କ ସହ ପ୍ରାୟ ୨ ମିନିଟ୍‌ କଥା ହେବାର ସୁଯୋଗ ଦେଇଛି। ପିତାଙ୍କ ସହ କଥା ହେବା ବେଳେ ମଧ୍ୟ କାନ୍ଦୁଥିଲେ ଆର୍ଯ୍ୟନ।

 

Leave a Reply

Your email address will not be published. Required fields are marked *